କଟକ (ରାଜୁ ସ୍ଵାଇଁ) : ତିଗିରିଆ ନୂଆପାଟଣା ମଝି ସାହି ରେ ବିପର୍ଯ୍ୟସ୍ତ ଡ୍ରେନ ବ୍ୟବସ୍ଥା । ସାମାନ୍ୟ ବର୍ଷାରେ ଗାଁ ଦାଣ୍ଡରେ ଆଣ୍ଡୁଏ ଉଚ୍ଚର ପାଣି । ଏ ଦୃଶ୍ୟ କୌଣସି ଉପାନ୍ତ ଅଞ୍ଚଳର ନୁହେଁ । ଏ ଦୃଶ୍ୟ ହେଉଛି ଆଠଗଡ଼ ନିର୍ବାଚନ ମଣ୍ଡଳୀ ତିଗିରିଆ ନୂଆପାଟଣା ମଝି ସାହିର ଦୃଶ୍ୟ । ସାମାନ୍ୟ ବର୍ଷା ରେ ଘରେ ଘରେ ପଶୁଛି ନାଳ ଓ ନର୍ଦ୍ଦମା ପାଣି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଜି ପ୍ରାୟ ତିନି ଟା ସମୟରେ ହଠାତ୍ କାଳ ବୈଶାଖୀ ପ୍ରଭାବରେ ବର୍ଷା ହୋଇଥିଲା । ଫଳରେ ସାହି ରେ ଆଣ୍ଡୁଏ ଉଚ୍ଚ ପାଣି ଲହଡ଼ି ମାରୁଛି। ସାହିରେ ଉତ୍ତମ ଡ୍ରେନ ସେବା ନଥିବାରୁ ଏମିତି ଦୃଦଶା ଭୋଗୁଛନ୍ତି ସାହି ବାସିନ୍ଦା । ଡ୍ରେନରେ ବିଭିନ୍ନ ପ୍ରକାରର ଅଳିଆ ଆବର୍ଜ୍ଜନାରୁ ଡ୍ରେନ ଗୁଡିକ ପୋତି ହୋଇଯିବା ଫଳରେ ଜଳ ନିଷ୍କାସନରେ ବାଧା ଉପୁଜିଥିବା ଜଣାପଡିଛି । ଯାହା ଦ୍ଵାରା ଡ୍ରେନର ଦୁଷିତ ପାଣିରେ ରହୁଥିବା ପୋକ ଯୋକ ସବୁ ଘରେ ପଶୁଥିବା ଅଭିଯୋଗ କରିଛନ୍ତି ସାହି ବାସିନ୍ଦା। ବାରମ୍ବାର ଅଭିଯୋଗ ପରେ ବି ସମାନ ଅବସ୍ଥା। ଦୂଷିତ ପାଣି ଜମି ରହିଥିବାରୁ ସେହିଥିରୁ ବିଭିନ୍ନ ପ୍ରକାରର ମଶା ମାଛିଙ୍କ ବଂଶ ବିସ୍ତାର କରୁଛନ୍ତି । ଫଳରେ ଲୋକମାନେ ନାନା ରୋଗର ଶିକାର ହେଉଛନ୍ତି ଏବଂ ଲୋକମାନେ ମୁତ୍ୟୁ ମୁଖରେ ପଡ଼ୁଛନ୍ତି । ସେହି ପାଣିରେ ଯିବା ଆସିବା କରିଲେ ସେହି ଦୂଷିତ ପାଣି ଲାଗି ନାନା ରୋଗର ସମସ୍ୟା ଭୋଗୁଛନ୍ତି ଲୋକ ମାନେ । ତେବେ ଏହି ଖବର ପ୍ରସାରଣ ପରେ ଦେଖିବାକୁ ବାକି ରହିଲା କେବେ ସୁଧୁରିବ ଡ୍ରେନ ବ୍ୟବସ୍ଥା ।