ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକରେ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ୬୦କୁ ବୃଦ୍ଧି ପାଇଲାଣି। ଜଳ ନମୁନା ପରୀକ୍ଷା ରିପୋର୍ଟରେ ଦୂଷିତ ଜଳ ଯୋଗୁ ମହାମାରୀ ବ୍ୟାପୁଥିବା ସ୍ପଷ୍ଟ ହୋଇଛି ।
ରିପୋର୍ଟ ଆସିବା ପରେ ସମସ୍ତ ଜଳ ଉତ୍ସକୁ ବିଶୋଧନ କରିବାକୁ ଗୁରୁତ୍ୱ ଦେଇଛି ଜିଲ୍ଲା ପ୍ରଶାସନ।
ପ୍ରତିଗାଁରେ ଝାଡାବାନ୍ତି ଆକ୍ରାନ୍ତ ରୋଗୀ ରହିଥିବାରୁ କୋରାପୁଟ ମେଡିକାଲ କଲେଜର ବିଶେଷଜ୍ଞ ଦଳ ଟିକିରିରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ।
କାଶୀପୁର, ଟିକିରି, ଶଙ୍କରଡା, ଦୁଡୁକାବାହଲ, କୋଡିପାର ପଞ୍ଚାୟତରେ ମହାମାରୀ ଯୋଗୁ ୭ ଜଣଙ୍କ ମୃତ୍ୟୁ ହେଲାଣି ।
ରାୟଗଡ଼ାରେ ଥିବା ସ୍ୱାସ୍ଥ୍ୟ ବିଭାଗର ବିଶେଷଜ୍ଞ ଦଳ ଆଜି ଟିକିରି ସମେତ ପ୍ରଭାବିତ ଅଞ୍ଚଳ ଗସ୍ତ କରି ମଳ ନମୁନା ସଂଗ୍ରହ କରୁଛନ୍ତି। ମଳ ନମୁନାର ରିପୋର୍ଟ ଆସିବା ପରେ ସ୍ଥାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ।