ଅକ୍ଟୋବରରେ ଧଉଳି ଶାନ୍ତିସ୍ତୁପ ସୁଵର୍ଣ୍ଣ ଜୟନ୍ତୀ

ଆସନ୍ତା ମାସରେ ପାଳିତ ହେବ ଧଉଳି ଶାନ୍ତିସ୍ତୁପ ଜୟନ୍ତୀ ସମାରୋହ, ଏହି ଉତ୍ସବରେ ଯୋଗଦେବାକୁ ପୃଥିବୀର ବିଭିନ୍ନ ପ୍ରାନ୍ତରୁ 1ସହ ବୌଦ୍ଧ ସନ୍ୟାସୀ ଆସିବେ ବୋଲି ଧଉଳି ଉନ୍ନୟନ କମିଟି ପକ୍ଷରୁ କୁହାଯାଇଛି ।

ଅକ୍ଟୋବର 8 ତାରିଖରେ ମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ, ସେହିଦିନ ଭୁବନେଶ୍ୱରରୁ ଧଉଳି ଶାନ୍ତି ପଦଯାତ୍ରାର ଆୟୋଜନ କରାଯାଇଛି ।

ଗତକାଲି ସୁବର୍ଣ୍ଣ ଜୟନ୍ତୀ ସମାରୋହର ପ୍ରସ୍ତୁତି କମିଟି ବୈଠକରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ଉତ୍ସବର ସଫଳତା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଚଳିତ ମାସ ଶେଷସୁଦ୍ଧା ସୁବର୍ଣ୍ଣ ଜୟନ୍ତୀ ମଞ୍ଚ, ଧଉଳି ସୌନ୍ଦର୍ଯ୍ୟକରଣ ଆଦି ସମ୍ପୂର୍ଣ୍ଣ କରାଯିବାକୁ ସେ ଦୁରୁତ୍ୱ ଆରୋପ କରିଛନ୍ତି ।

ଖୋରଧା ଜିଲ୍ଲାପାଳଙ୍କ ଅଧକ୍ଷତାରେ ଗଠିତ ଧଉଳି ଉନ୍ନୟନ କମିଟି ପକ୍ଷରୁ ଅତିଥିମାନଙ୍କ ସତ୍କାର, ସାଂସ୍କୃତିକ କାର୍ଯ୍ୟକ୍ରମ, ରାସ୍ତା ଆଲୋକୀକରଣ, ହସ୍ତକଳା ବଜାର ଓ ବିପଣି ଆଦି ସମସ୍ତ ବିଷୟ ପ୍ରତି ଧ୍ୟାନ ଦିଆଯିବ ।

ସୁଵର୍ଣ୍ଣ ଜୟନ୍ତୀ ସମାରୋହ ପାଇଁ 1କୋଟି 87 ଲକ୍ଷ ଟଙ୍କା ସରକାର ଯୋଗାଇ ଦେଇଛନ୍ତି ।

Leave A Reply

Your email address will not be published.