ଆସନ୍ତା ନଭେମ୍ବର ୩ ତାରିଖରେ ଧାମନଗର ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ ବୋଲି ଗତକାଲି ନିର୍ବାଚନ କମିଶନ ଘୋଷଣା କରିଛନ୍ତି, ନଭେମ୍ବର ୬ ତାରିଖରେ ଭୋଟ ଗଣତି ହେବ।
ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ଆସନ୍ତା ୭ ତାରିଖରେ ପ୍ରକାଶ ପାଇବ। ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ତାରିଖ ୧୪ ଅକ୍ଟୋବର ହୋଇଥିବା ବେଳେ ପ୍ରାର୍ଥୀପତ୍ର ପ୍ରତ୍ଯାହାରର ଶେଷ ତାରିଖ ୧୭ ତାରିଖ ରହିଛି, ଅକ୍ଟୋବର ୧୫ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ।
ଗତମାସରେ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଧାମନଗର ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀଙ୍କ ପରଲୋକ ହେବା ଫଳରେ ଏହି ଆସନ ଖାଲି ପଡିଥିଲା।