୨ ବର୍ଷ କୋଭିଡି କଟକଣା ପରେ ଏବର୍ଷ ଭକ୍ତମାନଙ୍କୁ ସ୍ନାନଯାତ୍ରା ଓ ରଥଯାତ୍ରାରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ଦର୍ଶନର ସୁଯୋଗ ଦିଆଯିବ ବୋଲି ମନ୍ଦିର ପ୍ରଶାସନ ପାଖରୁ ଆଜି ନିଷ୍ପତି ନିଆଯାଇଛି। ଓଡ଼ିଶାର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ଦର୍ଶନରୁ ୨ ବର୍ଷ ଧରି ବଞ୍ଚିତ ଥିବା ଭକ୍ତମାନଙ୍କ ମନରେ ଏଥିନେଇ ଆନନ୍ଦ ଖେଳିଯାଇଛି।
ସ୍ନାନମଣ୍ଡପ ତଳେ ରହି ଭକ୍ତମାନେ ମହାପ୍ରଭୁଙ୍କ ସ୍ନାନ ପରେ ଗଜାନନ ବେଶ ଦେଖି ପାରିବେ ଓ ରଥଯାତ୍ରାରେ ମଧ୍ୟ ଯୋଗଦେଇ ପାରିବେ ବୋଲି ଆଜି ନିଷ୍ପତି ନିଆଯାଇଛି ।