କୋରାପୁଟ ଜିଲ୍ଲା ବୋରିଗୁମା ଥାନା ଅଞ୍ଚଳର ମିଲାସାହି ଗ୍ରାମରେ ଆଜି ସକାଳେ ଗୋଟିଏ ଗଛରେ ଜଣେ ବ୍ୟକ୍ତିଙ୍କର ମୃତଦେହ ଝୁଲୁଥିବାର ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ, ଥାନାକୁ ଖବର ଦେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ତଳକୁ ଆଣି ତଲାସୀ କରିବା ପରେ ଜଣା ପଡିଥିଲା ଯେ ମୃତବ୍ଯକ୍ତି ଜଣକ ହେଉଛନ୍ତି ପାଖ ଗାଁର ନରେନ୍ଦ୍ର ଦାସ ।
ଖବର ପାଇ ନରେନ୍ଦ୍ରଙ୍କ ସ୍ତ୍ରୀ ରେଣୁକା ଦାସ ନିଜର ୨ ପିଲାଙ୍କ ସହ ଘଟଣା ସ୍ଥଳରେ ପହଞ୍ଚିଥିଲେ ।
ପାରିବାରିକ କଳହ ଯୋଗୁଁ ନରେନ୍ଦ୍ର ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି କୁହାଯାଉଛି ।
ପୋଲିସ ତଦନ୍ତ ଜାରି ରଖିଛି ।