ଶୁଭାରମ୍ଭ କଲା ଡାଲମିଆ ସିମେଣ୍ଟ ପ୍ରୋଜେକ୍ଟ ଅନ୍ନଦାତା

ରାଜଗାଙ୍ଗପୁର (ରଞ୍ଜିତ ରାଉତ) : ଭାରତର ଅଗ୍ରଣୀ ସିମେଣ୍ଟ ଉତ୍ପାଦନକାରୀ କମ୍ପାନୀ ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ (ଡିସିବିଏଲ୍‌) ଓଡ଼ିଶାରେ ପ୍ରୋଜେକ୍ଟ ‘ଅନ୍ନଦାତା’ ପ୍ରଚଳନ ଜରିଆରେ କୃଷି କ୍ଷେତ୍ରରେ ଦୀର୍ଘସ୍ଥାୟୀତା ଏବଂ ଖାଦ୍ୟ ନିରାପତ୍ତାରେ ବୃଦ୍ଧିକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛି । ଧାନ ଓ ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବା ମୂଳ ଉଦ୍ଦେଶ୍ୟ ନେଇ ପ୍ରୋଜେକ୍ଟ ଅନ୍ନଦାତା ଦୀର୍ଘସ୍ଥାୟୀ କୃଷି ଅଭ୍ୟାସ ଜରିଆରେ କୃଷକମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟ ରଖିଛି । ୨୦୨୩ ବର୍ଷକୁ ଜାତିସଂଘ ପକ୍ଷରୁ ‘ଆନ୍ତର୍ଜାତିକ ମିଲେଟ୍‌ସ୍‌ ବର୍ଷ’ ଭାବରେ ଘୋଷଣା କରାଯାଇଥିବା ପରିପ୍ରେକ୍ଷୀରେ ଏହି ପ୍ରୋଜେକ୍ଟ କୃଷକମାନଙ୍କୁ ଦୀର୍ଘସ୍ଥାୟୀ କୃଷିକାର୍ଯ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଭାବରେ ମିଲେଟ୍‌ସ୍‌ ଚାଷ କରିବା ନିମନ୍ତେ ଉତ୍ସାହିତ କରିବା ଦିଗରେ ଏକ ସ୍ୱତନ୍ତ୍ର ଭୂମିକା ନିର୍ବାହ କରିବ । ଏହି ପୁଷ୍ଟିକର ଶସ୍ୟଗୁଡିକ ବହୁବିଧ ସ୍ୱାସ୍ଥ୍ୟଗତ ଫାଇଦା ଯୋଗାଇବା ସହିତ ଏକ ସମତୁଲ ଖାଦ୍ୟକୁ ସୁନିଶ୍ଚିତ କରୁଛି ଏବଂ ଗ୍ରାମାଞ୍ଚଳ ଜନସାଧାରଣଙ୍କ ମଧ୍ୟରେ ଅପପୁଷ୍ଟିର ମୁକାବିଲା କରୁଛି । ପ୍ରୋଜେକ୍ଟର ପ୍ରଥମ ପର୍ଯ୍ୟାୟରେ ଡିସିବିଏଲ୍‌ ରାଜଗାଙ୍ଗପୁର କାରଖାନା ପାରିପାର୍ଶ୍ବିକ ନଅଟି ଗ୍ରାମରୁ ପ୍ରାୟ ୮୦୦ରୁ ଅଧିକ ଚାଷୀଙ୍କୁ ଉଚ୍ଚ ଗୁଣମାନର ଧାନ ବିହନ (ଲଲାଟ କିସମ) ଆବଣ୍ଟନ କରିଛି । ପ୍ରୋଜେକ୍ଟ ସମ୍ପର୍କରେ ପ୍ରକାଶ କରି ଶ୍ରୀ ଚେତନ ଶ୍ରୀବାସ୍ତବ, ଏକ୍‌ଜିକୁ୍ୟଟିଭ ଡାଇରେକ୍ଟର, ଡିସିବିଏଲ୍‌ ଏବଂ ୟୁନିଟ ହେଡ-ରାଜଗାଙ୍ଗପୁର କହିଥିଲେ, “ଡାଲମିଆ ସିମେଣ୍ଟରେ ଦୀର୍ଘସ୍ଥାୟୀତା ଆମର ସମସ୍ତ କାର୍ଯ୍ୟକଳାପର ସମସ୍ତ ଦୃଷ୍ଟିକୋଣରୁ ମୂଳ ସ୍ଥାନରେ ରହିଛି । କୃଷି ଆମ ଅର୍ଥନୀତିର ମେରୁଦଣ୍ଡ ଏବଂ ଏହା ଗ୍ରାମାଞ୍ଚଳର ଜନସାଧାରଣଙ୍କ ଜୀବନ ନିର୍ବାହରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ପ୍ରୋଜେକ୍ଟ ଅନ୍ନଦାତା କୃଷକମାନଙ୍କର ଜୀବନ ଉପରେ ଏକ ସକାରାତ୍ମକ ପ୍ରଭାବ ସୃଷ୍ଟି କରିବା ଦିଗରେ ଆମର ପ୍ରୟାସକୁ ପ୍ରତିପାଦିତ କରୁଛି ଏବଂ ପରିବ୍ୟବସ୍ଥାର ସଂରକ୍ଷଣ ନିମନ୍ତେ ଦୀର୍ଘସ୍ଥାୟୀ ଅଭ୍ୟାସ ପ୍ରତି ମଧ୍ୟ ଅବଦାନ ରଖୁଛି । ଆମେ ଆଶା କରୁଛୁ ଯେ ଏହି ପ୍ରୟାସ ଅଞ୍ଚଳର ଅନେକ କୃଷକଙ୍କୁ ଲାଭ ପହଞ୍ଚାଇବ ଏବଂ ସେମାନଙ୍କୁ ଏକ ଉତ୍ତମ ମାନର ଜୀବନ ନିର୍ବାହ ନିମନ୍ତେ ସୁଯୋଗ ଯୋଗାଇଦେବ ।”ଓଡ଼ିଶାରେ ଧାନ ଚାଷ ଦୀର୍ଘକାଳରୁ ଅଗ୍ରାଧିକାର ସ୍ଥାନ ନେଇଆସୁଛି, କୃଷକମାନେ ଏହାକୁ ସେମାନଙ୍କ ମୁଖ୍ୟ ଫସଲ ଭାବରେ ବିବେଚନା କରୁଛନ୍ତି । ଏହି କୃଷକମାନଙ୍କୁ ସମର୍ଥନ ଯୋଗାଇଦେବା ଏବଂ କୃଷି ବିବିଧକରଣକୁ ପ୍ରୋତ୍ସାହିତ କରିବା ନିମନ୍ତେ ଡିସିବିଏଲ୍‌ ସୁନ୍ଦରଗଡ ଜିଲ୍ଲାର ଲାଞ୍ଜିବେର୍ଣ୍ଣା, ସାଲିଆମେଟା, ଖେରାମୁତା, ସର୍ଗିଟୋଲି, ଟୁଙ୍ଗରିଟୋଲି, ଅଲଣ୍ଡା, ବିହାବନ୍ଧ, କୁକୁଡା ଏବଂ ଗ୍ୟାନପାଲୀ ଆଦି ଗ୍ରାମରେ ଅଧିକ ଅମଳକ୍ଷମ ଧାନ ବିହନ ବଣ୍ଟନ କରିଛି । ଡିସିବିଏଲ୍‌ କୃଷକମାନଙ୍କ ଉପରୁ ଆର୍ଥିକ ବୋଝ ହାଲୁକା କରି, ସଞ୍ଚୟ ଅର୍ଥ କୁ ଫସଲ ଉତ୍ପାଦନ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ କୃଷି କାର୍ଯ୍ୟକଳାପ କ୍ଷେତ୍ରରେ ବିନିଯୋଗ କରିବାକୁ ସମର୍ଥ କରାଉଛି । ଉତ୍ପାଦିକତା ବୃଦ୍ଧି ସୁନିଶ୍ଚିତ କରିବା ନିମନ୍ତେ ଡିସିବିଏଲ୍‌ ଚାଷଠାରୁ ନେଇ ଅମଳ ପ୍ରକ୍ରିୟା ପର୍ଯ୍ୟନ୍ତ ସମସ୍ତ ସହାୟତା ଯୋଗାଇଦେବ । ଦୀର୍ଘସ୍ଥାୟୀ କାର୍ଯ୍ୟାଭ୍ୟାସ ପ୍ରତି ପ୍ରତିବଦ୍ଧତାର ଅଂଶସ୍ୱରୂପ ଡିସିବିଏଲ୍‌ କୃଷକମାନଙ୍କୁ ସେମାନଙ୍କର ବର୍ଜ୍ୟ ନଡାକୁଟା ନପୋଡି ସେଗୁଡିକ ବିକ୍ରି କରିବାକୁ ଉତ୍ସାହିତ କରୁଛି, ଏତଦ୍ଦ୍ୱାରା ପରିବେଶଗତ ପ୍ରଭାବ ଦୂର କରିବା ସହିତ କୃଷକମାନଙ୍କୁ ଅତିରିକ୍ତ ଆୟ ସୁଯୋଗ ଯୋଗାଇ ଦେଉଛି । ଏସବୁ ସହିତ ପ୍ରୋଜେକ୍ଟର ଦୀର୍ଘାବଧି ଦୀର୍ଘସ୍ଥାୟିତା ଯୋଜନାର ଅଂଶଭାବରେ ଏକ ଶସ୍ୟ ବ୍ୟାଙ୍କ ମଧ୍ୟ କୃଷକମାନଙ୍କ ପାଇଁ ସ୍ଥାପନ କରାଯିବ, ଯେଉଁଥିରେ କୃଷକମାନେ ସେମାନଙ୍କର ଉତ୍ପାଦନ ସଠିକ୍‌ ଭାବରେ ଗଚ୍ଛିତ ରଖିବେ ।ଡାଲମିଆ ସିମେଣ୍ଟ ନିଜର କର୍ପୋରେଟ ସାମାଜିକ ଦାୟିତ୍ୱ ନିର୍ବାହ ପ୍ରୟାସଗୁଡିକ ପ୍ରତି ଦୃଢ ଭାବରେ ଏକନିଷ୍ଠ ରହିଛି, ଏକ ଦୀର୍ଘସ୍ଥାୟୀ ଏବଂ ସମାବେଶୀ ସମାଜ ଗଠନ ଦିଗରେ ନିରନ୍ତର କାର୍ଯ୍ୟ କରୁଛି । ଡିସିବିଏଲ୍‌ ପକ୍ଷରୁ ଗ୍ରାମାଞ୍ଚଳର ଉତ୍‌ଥାନ ଏବଂ ଅଞ୍ଚଳରେ ଦୀର୍ଘସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା ନିମନ୍ତେ ହାତକୁ ନିଆଯାଉଥିବା ଅନେକ ପ୍ରୟାସ ମଧ୍ୟରେ ପ୍ରୋଜେକ୍ଟ ଅନ୍ନଦାତା ଅନ୍ୟତମ ହୋଇଛି ।

Leave A Reply

Your email address will not be published.