ସୁନ୍ଦରଗଡ଼ (ସଂଜୀବ କୁମାର ପାଢୀ) : ସିପିଆଇଏମ ତରଫରୁ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ୱରେ ରଜାମୁଣ୍ଡା ବାଇ ପାସ ଠାରେ ଶତାଧିକ କର୍ମୀ ରାସ୍ତା ଅବରୋଧ କରିବା ସହିତ ମଣିପୁର ଘଟଣା ଉପରେ ନାରା ଦେଇଥିଲେ । ରଜାମୁଣ୍ଡା ଠାରେ ହସ୍ପିଟାଲ, କୋଇଡାରେ ହସ୍ପିଟାଲ ବଣାଇ ଉପଖଣ୍ଡରେ ବେକାର ଥିବା ଯୁବକଙ୍କୁ ନିଯୁକ୍ତି ସହିତ ଅନ୍ୟ ଦାବି ନେଇ ଆଗାମୀ ୧୦ତାରିଖରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ହେବ ବୋଲି ସିପିଆଇଏମ ନେତା ବିଷ୍ଣୁ ମହାନ୍ତି ମତବ୍ୟକ୍ତ କରିଥିଲେ ।