ରାଜ୍ୟରେ କୋଭିଡି ସଂକ୍ରମଣ ଉର୍ଦ୍ଧ୍ୱମୁଖା ହେବାରେ ଲାଗିଛି ।
ଗତକାଲି 804 ଜଣ ଚିହ୍ନଟ ହୋଇଛନ୍ତି ।
ବୁଧବାର ଏହି ସଂଖ୍ୟା 743 ଥିଲା ।
ମହାମାରୀ ପୁଣି ଥରେ ଉର୍ଦ୍ଧ୍ୱମୁଖା ହୋଇଥିବା ଦେଖି ସ୍ଵାସ୍ଥ୍ଯ ବିଭାଗକୁ ସଜାଗ ରହିବାକୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।
18 ବର୍ଷରୁ 59 ବର୍ଷ ବୟସ୍କମାନଙ୍କୁ ମାଗଣା ବୁଷ୍ଟର ଟୀକା ଦେବାକୁ ନିଷ୍ପତ୍ତି ନିଆଯାଇଛି ।
75 ଦିନିଆ ସ୍ୱତନ୍ତ୍ର ଅଭିଯାନରେ ସମସ୍ତଙ୍କୁ ବୁଷ୍ଟର ଡୋଜ ଟୀକା ଦେବାକୁ ସରକାର ପକ୍ଷରୁ ପଦକ୍ଷେପ ନିଆଯାଉଛି ।