ଭୁବନେଶ୍ୱର : ରାଜ୍ୟରେ ଆଜି ଠାରୁ ପୁଣି ଥରେ ଆରମ୍ଭ ହୋଇଛି କରୋନା ପାଇଁ ଟିକାକରଣ । ଭୁବନେଶ୍ୱର ମହାନଗର ନିଗମ ଅଧୀନ କ୍ୟାପିଟାଲ ହସ୍ପିଟାଲରେ ଟିକା ଦିଆଯାଉଛି। ଟିକାକରଣ ସକାଳ ୧୦ ଟା ରୁ ଦିନ ୧ ଟେ ଯାଏଁ ଚାଲିଛି। କେନ୍ଦ୍ରରୁ ୧ ଲକ୍ଷ ୨୦ ହଜାର ଟିକା ଆସିଥିବା ବେଳେ ଭୁବନେଶ୍ୱର ପାଇଁ ମାତ୍ର ୫୦୦ ଡୋଜ ଟିକାର ହୋଇଛି ବ୍ୟବସ୍ଥା ହୋଇଛି।
ସେହିଭଳି ପ୍ରତି ଜିଲ୍ଲା ଓ ବ୍ଲକ ସ୍ତରରେ ବି କୋଭିସିଲଡ ଟିକାକରଣ ପାଇଁ ଟିକା ପଠାଯାଇଛି। ତେବେ ଭୁବନେଶ୍ୱରରେ କେବଳ କ୍ୟାପିଟାଲ ହସ୍ପିଟାଲରେ ଏହି ଟିକାକରଣ ବ୍ୟବସ୍ଥା ହୋଇଛି । ୧୮ ବର୍ଷରୁ ଊର୍ଦ୍ଧ୍ଵ ବ୍ୟକ୍ତି ଯେଉଁମାନେ ଦ୍ୱିତୀୟ ଡୋଜ୍ ଅବା ବୁଷ୍ଟର ଡୋଜ ନେଇ ନାହାନ୍ତି ସେମାନେ ଆସି ଟିକା ନେଇ ପାରିବେ ବୋଲି ହସ୍ପିଟାଲ୍ ନିର୍ଦ୍ଦେଶକ କହିଛନ୍ତି।