ବିଜେପି ନେତୃତ୍ଵର ଅହଙ୍କାରକୁ ନିନ୍ଦାକଲେ ଗଡ଼କରି

ନିକଟରେ ନବଗଠିତ ବିଜେପି ସଂସଦୀୟ ବୋର୍ଡରୁ ବାଦ ପଡ଼ିବା ପରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଦଳର ଶୀର୍ଷ ନେତୃତ୍ୱର ଅହଙ୍କାରୀ ମନୋଭାବକୁ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ଗଡକରି।

ନାଗପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ଅବକାଶରେ ସେ କହିଛନ୍ତି ଯେ ସଫଳତା ହାସଲର ଗୌରବ ଯଦି ଦଳରେ ରହି କାମ କରୁଥିବା ଲୋକଙ୍କ ପାଖକୁ ନଯାଇ କେବଳ ଜଣେ ଦୁଇଜଣଙ୍କର ଆନନ୍ଦ ହୋଇ ରହିଯାଏ, ତେବେ ସେହି ଖୁସି ଅର୍ଥହୀନ ହୋଇଥାଏ।

ଶ୍ରୀ ଗଡକରି କହିଲେ ଯେ ପରିସ୍ଥିତି ଯାହା ହେଉନା କାହିଁକି କାହାକୁ ବ୍ୟବହାର କରି ଫିଙ୍ଗିଦେବା ଉଚିତ ନୁହେଁ।

ସେ କହିଛନ୍ତି ଯେ ପରିସ୍ଥିତି ଯାହା ହେଉନା କାହିଁକି କାହାକୁ ବ୍ୟବହାର କରି ଫିଙ୍ଗିବା ଉଚିତ ନୁହେଁ।

ରିଚାର୍ଡ ନିକ୍ସନଙ୍କ ଗୋଟିଏ କଥା ବିଷୟରେ ଗଡକରୀ କହିଛନ୍ତି ଯେ ଜଣେ ବ୍ୟକ୍ତି ହାରିବା ଦ୍ୱାରା ଶେଷ ହୁଏ ନାହିଁ, କିନ୍ତୁ ଯୁଦ୍ଧକ୍ଷେତ୍ର ଛାଡି ଦେଲେ ସବୁ ଶେଷ ହୋଇଥାଏ।

ଦଳର ଶୀର୍ଷ ନେତୃତ୍ୱ ଅହଙ୍କାରକୁ ଆତ୍ମବିଶ୍ବାସ ମନେ କରୁଥିବା କଥା ପରୋକ୍ଷରେ ଦର୍ଶାଇ ସେ କହିଲେ ଯେ ଅହଂକାର ଏବଂ ଆତ୍ମବିଶ୍ୱାସ ମଧ୍ୟରେ ପାର୍ଥକ୍ୟ କ’ଣ ତାହା ସମସ୍ତେ ସବୁବେଳେ ମନେ ରଖିବା ଉଚିତ।

ସେ ଦଳ ଛାଡି କଂଗ୍ରେସରେ ଯୋଗଦେବାର ପ୍ରଶ୍ନ ନାହିଁ ବୋଲି ଦର୍ଶାଇ ଶ୍ରୀ ଗଡ଼କରି କହିଲେ ଯେ ଦଳରେ ରହି ସେ ଲଢେ଼ଇ କରିବେ, ରିଚାର୍ଡ ନିକ୍ସନଙ୍କ ଗୋଟିଏ କଥା ଉଦ୍ଧାର କରି ସେ କହିଲେ ଯେ ଜଣେ ବ୍ୟକ୍ତି ହାରିବା ଦ୍ୱାରା ଶେଷ ହୁଏ ନାହିଁ, କିନ୍ତୁ ଯୁଦ୍ଧକ୍ଷେତ୍ର ଛାଡି ଦେଲେ ସବୁ ଶେଷ ହୋଇଥାଏ।

Leave A Reply

Your email address will not be published.