ସିଦ୍ଧାନ୍ତ ସୂର୍ଯ୍ୟବଂଶୀଙ୍କ ହୃଦଘାତରେ ମୃତ୍ୟୁ

ଜିମରେ ବ୍ୟାୟାମ କରୁଥିବା ବେଳେ ଲୋକପ୍ରିୟ ଟେଲିଭିଜନ ଅଭିନେତା ୪୬ ବର୍ଷ ବୟସ୍କ ସିଦ୍ଧାନ୍ତ ସୂର୍ଯ୍ୟବଂଶୀଙ୍କର ହୃଦଘାତରେ ପରଲୋକ ହୋଇଯାଇଛି ।

ନିକଟରେ ସୁପରହିଟ୍ ଟେଲି ସିରିଆଲ ‘ଭାବି ଜୀ ଘର୍ ପର ହେଁ’ର ଜଣାଶୁଣା ଅଭିନେତା ଦୀପେଶ ଭାନ ଓ ଲୋକପ୍ରିୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କର ମଧ୍ୟ ଜିମରେ ବ୍ୟାୟାମ କରୁଥିବା ବେଳେ ହୃଦଘାତ ହେତୁ ପରଲୋକ ହୋଇଯାଇଥିଲା ।

ସିଦ୍ଧାନ୍ତ ‘କୁସୁମ୍’, ‘ରିସ୍ତୋ ମେଁ କଟ୍ଟି ବଟ୍ଟି’, ‘ମମତା’, ‘ଜିଦ୍ଦି ଦିଲ୍’ ଭଳି ଅନେକ ଶୋ’ରେ ଅଭିନୟ କରିଛନ୍ତି, ‘ସୁଫିଆନା ଇଶ୍କ୍ ମେରା’ ଭଳି ଟେଲି ଧାରାବାହିକରେ ତାଙ୍କର ଅଭିନୟ ଦର୍ଶକମାନଙ୍କୁ ବିଶେଷ ଆକର୍ଷିତ କରୁଥିଲା।

ସିଦ୍ଧାନ୍ତଙ୍କର ଦୁଇଟି ସନ୍ତାନ ଓ ପତ୍ନୀ ଆଲିଶା ରାଉତ ଅଛନ୍ତି |

ପ୍ରଥମ ପତ୍ନୀଙ୍କ ସହ ବିବାହ ବିଚ୍ଛେଦ ପରେ ସେ ମଡେଲ ଆଲିଶାଙ୍କୁ ଦ୍ଵିତୀୟ ବିବାହ କରିଥିଲେ।

ଅଭିନେତାଙ୍କ ମୃତ୍ୟୁ ପରେ ଟେଲି ଅଭିନୟ ମହଲରେ ଶୋକର ଲହରି ଖେଳିଯାଇଛି।

Leave A Reply

Your email address will not be published.