ମହାରାଷ୍ଟ୍ରରୁ ୬ ରାଜ୍ଯସଭା ସଦସ୍ୟଙ୍କ ନିର୍ବାଚନରେ ନିର୍ବାଚନ ଆୟୋଗ କୁଟ କୌଶଳ କରି ଷଷ୍ଠ ଆସନରେ ବିଜେପି ପ୍ରାର୍ଥୀ ଧନଞ୍ଜୟ ମହାଦିକଙ୍କୁ ଜିତାଇ ଦେଇଛି ବୋଲି ଅଭିଯୋଗ କରିଛନ୍ତି ଶିବସେନା ନେତା ସଞ୍ଜୟ ରାଉତ।
ବିଧାନସଭାରେ ଶିବସେନା, କଂଗ୍ରେସ ଓ ଏନସିପିର ମହା ଅଘାଡି ମେଣ୍ଟ ସଂଖ୍ୟା ଦୃଷ୍ଟିରୁ ୪ଟି ଆସନ ଲାଭ କରିବ ବୋଲି ଆଶା କରାଯାଉଥିବା ବେଳେ ଏହା ୩ଟି ଆସନରେ ବିଜୟୀ ହୋଇଛି ।
ଶିବସେନାରୁ ସଞ୍ଜୟ ରାଉତ, ଏନସିପିରୁ ପ୍ରଫୁଲ୍ଲ ପଟେଲ ଏବଂ କଂଗ୍ରେସରୁ ଇମ୍ରାନ ପ୍ରତାପଗଡ଼ୀ ବିଜୟ ହାସଲ କରିଛନ୍ତି। ବିଜେପି ୨ଟି ଆସନ ପାଇ ପାରିବା କଥା, ମାତ୍ର ପିୟୁସ ଗୋୟେଲ, ଅନିଲ ପାଣ୍ଡେଙ୍କ ସହିତ ଦଳର ତୃତୀୟ ପ୍ରାର୍ଥୀ ଧନଞ୍ଜୟ ମହାଦିକ ମଧ୍ୟ
ଶିବସେନାର ସଞ୍ଜୟ ପାୱାରଙ୍କୁ ମାତ୍ ଦେଇ ବିଜୟୀ ହୋଇଛନ୍ତି ।
ଆୟୋଗ ମେଣ୍ଟ ଦଳର ଗୋଟିଏ ଭୋଟକୁ ନାକଚ କରିଦେବା ଫଳରେ ଏପରି ଘଟିଲା ବୋଲି କହିଛନ୍ତି ଶ୍ରୀ ରାଉତ ।