ନବୀନଙ୍କ ସୁନ୍ଦରଗଡ ଗସ୍ତ : ୬୪୭ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ

ଗତକାଲି ସୁନ୍ଦରଗଡ ଜିଲ୍ଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯୬୪ କୋଟି ଟଙ୍କାର ୬୪୭ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଗୁଡିକ ମଧ୍ୟରେ ରହିଛି ବିଶ୍ରାମୁଣ୍ଡା ଆଥଲେଟିକ ଷ୍ଟାଡିୟମ, ପାନପୋଷ ମାର୍କେଟ କମ୍ପ୍ଲେକ୍ସ, କୃଷି, ଯୋଗାଯୋଗ, ଜଳସେଚନ, ଶିକ୍ଷା, ସ୍ବାସ୍ଥ୍ୟ ଓ ପରିମଳ ଇତ୍ୟାଦି ସମ୍ବନ୍ଧିତ ବହୁ ପ୍ରକଳ୍ପ। ରାଉରକେଲା ବିଶ୍ରା ଛକ ନିକଟରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିବା ବହୁମୁଖୀ ବିଶ୍ରାମୁଣ୍ଡା ଆଥଲେଟିକ ଷ୍ଟାଡିୟମଟି ୧୦ ଏକର ପରିମିତ ଜମିରେ ନିର୍ମାଣ କରାଯାଇଥିବା ବେଳେ ଏଥିରେ ଏକକାଳୀନ ୧୦ ହଜାର ଦର୍ଶକ ବସିବାର ସୁବିଧା ରହିଛି। ଷ୍ଟାଡିୟମରେ ଦୌଡ଼କୁଦ ଓ ଫୁଟବଲ ଇତ୍ୟାଦି ବିଭିନ୍ନ କ୍ରିଡା ପାଇଁ ବ୍ଯବସ୍ଥା ଥିବା ସହିତ ସ୍ଵିମିଙ୍ଗ ପୁଲ ମଧ୍ୟ ରହିଛି। ଷ୍ଟାଡିୟମ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ନିଜ ସ୍ଵଭାବ ସୁଲଭ ଢଙ୍ଗରେ ପଚାରିଥିଲେ – ଆପଣମାନେ ଖୁସି ତ ?

Leave A Reply

Your email address will not be published.