କ୍ଳଷ୍ଟରସ୍ତରୀୟ ଖେଳନା ପ୍ରସ୍ତୁତି କର୍ମଶାଳା

ହଳଦିଆ (ଖୋର୍ଦ୍ଧା) ତା ୧୩/୦୪/୨୦୨୩
ହଳଦିଆ କ୍ଲଷ୍ଟର ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବଘେଇଟାଙ୍ଗୀରେ ଆୟୋଜିତ ଦୁଇ ଦିନିଆ ‘ଆମ ସଂସ୍କୃତି ଆମ ଖେଳନା ପ୍ରସ୍ତୁତି କର୍ମଶାଳା’ ଉଦଯାପିତ ହୋଇଯାଇଛି । ଏଥିରେ ସମ୍ପୃକ୍ତ କ୍ଲଷ୍ଟର୍ ର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ । ଉକ୍ତ କର୍ମଶାଳାରେ ଶିକ୍ଷକମାନେ ପିଲାମାନଙ୍କ ପାଇଁ ସଂସ୍କୃତି ଆଧାରିତ ବିଭିନ୍ନ ଖେଳନା ନିଜେ ତିଆରି କରିବାରେ ପ୍ରଶିକ୍ଷିତ ହୋଇଥିଲେ । ପ୍ରଶିକ୍ଷକ ଭାବେ ଶ୍ରୀମତୀ ବିନତୀ ମିଶ୍ର, ବଦ୍ରି ନାରାୟଣ ରଥ ଓ କଳା ଶିକ୍ଷକ ସତ୍ୟଜିତ ମହାନ୍ତି ଅଂଶଗ୍ରହଣକାରୀଙ୍କୁ ସହଯୋଗ କରିଥଲେ। ଶ୍ରେଣୀ ଗୃହରେ ପିଲାମାନେ କିଭଳି ଖେଳନା ମାଧ୍ୟମରେ ସଂସ୍କୃତି ସହ ପରିଚିତ ହେବା ସହ ରୁଚି ରଖିବେ ବରିଷ୍ଠ ଶିକ୍ଷକ ଅଶୋକ ଦାଶ ସେ ବାବଦରେ ପ୍ରେରଣା ଦେଇଥିଲେ । ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ ପ୍ରକାଶ ଚନ୍ଦ୍ର ମୁଦୁଲି ଓ ଦିପ୍ତିମୟୀ ନାୟକ ତଥା ପରିଚାଳନା କମିଟର ସଭାପତି ସନ୍ତୋଷ ରାଉତଙ୍କ ଉଦ୍ୟମରେ ଉକ୍ତ କର୍ମଶାଳାଟି ସଫଳ ହୋଇପାରିଥିଲା । କର୍ମଶାଳାର ଆୟୋଜକ ସି ଆର୍ ସି ସି ବିକାଶ ମୁଦୁଲି ପ୍ରତି ବିଦ୍ୟାଳୟରେ ଖେଳନା ଗୁଡ଼ିକ ଶ୍ରେଣୀ ଉପଯୋଗୀ କରି ପିଲାମାନଙ୍କର ଦକ୍ଷତା ବୃଦ୍ଧି କରିବାକୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କଠାରୁ ଆଶା ପୋଷଣ କରିବା ସହ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ ।

Leave A Reply

Your email address will not be published.