୯ମ ଶ୍ରେଣୀ ଛାତ୍ରୀସହ ସଂସ୍କୃତ ପଣ୍ଡିତଙ୍କ ରଙ୍ଗିଲା କାରନାମା

ଜଣେ ନବମ ଶ୍ରେଣୀ ଛାତ୍ରୀକୁ ଭୁଲାଇ ଅସଦାଚରଣ କରିବା ଅଭିଯୋଗରେ ବନ୍ଧା ହୋଇଛନ୍ତି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ କନଗାଁର ସତ୍ୟନାରାୟଣ ନାଏକ, ସେ ଯୋଗୀମୁଣ୍ଡା ହାଇସ୍କୁଲରେ ସଂସ୍କୃତ ଶିକ୍ଷକ ଭାବେ କାମ କରନ୍ତି।
ମିଳିଥିବା ସୂଚନା ଅନୁସାରେ ନବମ ଶ୍ରେଣୀ ଛାତ୍ରୀଜଣକୁ ପାଟଣାଗଡରୁ ବହି କିଣି ଦେବାକୁ କହି ମୋଟର ସାଇକେଲରେ ବସାଇ ନେଇ ବାଟରେ ତା ସହ ଅସଦାଚରଣ କରିଛନ୍ତି ଶ୍ରୀ ନାଏକ। ଯୋଗୀମୁଣ୍ଡାରୁ ପାଟଣାଗଡ଼କୁ ପକ୍କାରାସ୍ତା ଥିବାବେଳେ ଶିକ୍ଷକଜଣକ କିନ୍ତୁ ଜଙ୍ଗଲ ରାସ୍ତା ଦେଇ ଛାତ୍ରୀଙ୍କୁ ଧରି ପାଟଣାଗଡ଼ ଯାଉଥିଲେ ଓ ବାଟରେ ନିଛାଟିଆ ଜାଗା ଦେଖି ଏକ କପା ବଗିଚାରେ ସେ ଛାତ୍ରୀଙ୍କୁ ଅସଦାଚରଣ କରିବାକୁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଛି।

Leave A Reply

Your email address will not be published.