ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକର ବେଗୁନିଆ ଗ୍ରାମରେ ଆଜି ସକାଳେ ଘଟି ଯାଇଛି ଏକ ଦାରୁଣ ଦୁଃଖଦାୟକ ଘଟଣା, ବର୍ଷାପାଣି ଭର୍ତ୍ତି ହୋଇଥିବା ଏକ ଖମା ଭିତରେ ପଡିଯାଇ ଗୋଟିଏ ୫ ବର୍ଷ ବୟସର ଶିଶୁ ପ୍ରାଣ ହରାଇଛି।
ଏକ ନୂଆ ପ୍ରୋଜେକ୍ଟ ପାଇଁ ଖୋଳା ଯାଇଥିବା ଗାତଟି ଲଗାଣ ବର୍ଷରେ ଭରିଯାଇଥିଲା, ସେହି ପାଖରେ ଖେଳୁଥିବା ପିଲାଟି ସେଥିରେ ପଡି ଯାଇଥିଲା।
ତାକୁ ଅବଶ୍ୟ ସାଙ୍ଗେ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ, ମାତ୍ର ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ ।