ଝଙ୍କଡ ଶାରଳା ମନ୍ଦିରକୁ ମୁଖ୍ୟମନ୍ତ୍ରୀ ଦେଲେ ୪୨ କୋଟି

ଜଗତସିଂହପୁର ଝଙ୍କଡ ଶାରଳା ମନ୍ଦିରର ବିକାଶ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୨ କୋଟି ଟଙ୍କା ବ୍ଯୟ-ଅଟକଳକୁ ଅନୁମୋଦନ କରିଛନ୍ତି।

ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବ୍ଯକ୍ତିଗତ ସଚିବ ଶାରଳାଙ୍କ ପୀଠ ପରିଦର୍ଶନ କରି ମନ୍ଦିରର ବିକାଶ ସମ୍ପର୍କରେ ସେବକ ଭକ୍ତ ଓ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଓ ବିକାଶ କାର୍ଯ୍ଯ ଯୋଜନାର ମାଷ୍ଟରପ୍ଲାନ ଓ୍ଵାର୍କ୍ସ ବିଭାଗ ଦ୍ଵାରା ପ୍ରସ୍ତୁତ କରାଯାଇଥିଲା । ମନ୍ଦିରର ବିକାଶ ସହିତ ସେଠାରେ ଆଦିକବି ଶାରଳା ଦାସଙ୍କର ଏକ ତାମ୍ର ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ କରିଯିଵ ।

Leave A Reply

Your email address will not be published.