ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାଲେଶ୍ୱର ଗସ୍ତରେ ଆସି ୧୮୦୬ କୋଟି ଟଙ୍କାର ୧୯୧ଟି ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୨୨୦ କୋଟି ଟଙ୍କାର ମିସନ ଶକ୍ତି ଋଣ ସହାୟତା ପ୍ରଦାନ କରିଛନ୍ତି।
ବାଲେଶ୍ୱର ଜିଲ୍ଲା ପ୍ରଶାସନର ନୂଆ ଅଭିଯାନ ‘ଗୋଟିଏ ଗ୍ରାମ ପଞ୍ଚାୟତ ଗୋଟିଏ ଉତ୍ପାଦ’ କାର୍ଯ୍ୟକ୍ରମ ମାଧ୍ୟମରେ ବିନା ସୁଧରେ ଏହି ରାଶି ପ୍ରଦାନ କରାଯାଇଛି।
ଆଜି ସକାଳେ ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ବାଲେଶ୍ୱରସ୍ଥିତ ପୁଲିସ ରିଜର୍ଭ ପଡ଼ିଆରେ ଅବତରଣ କରିବା ପରେ ସୋମନାଥପୁରର ନୂଆ ରେଳବାଇ ଓଭରବ୍ରିଜ ଉଦଘାଟନ କରି ଓଭରବ୍ରିଜରେ ଚାଲି ଚାଲି ଯାଇଥିଲେ ।
ଏହି କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ଓ ବାଲେଶ୍ବର ସଦର ବିଧାୟକ ସ୍ବରୂପ ଦାସ ପ୍ରମୁଖ ଉପସ୍ଥିତ ଥିଲେ।