ଆଚାର୍ଯ୍ୟ ଚାଣକ୍ୟଙ୍କ ପ୍ରାୟ ସବୁ ବିଷୟରେ ଗଭୀର ଜ୍ଞାନ ରହିଥିଲା।
ଏଥିପାଇଁ ସେ ଏକ ନୀତି ଶାସ୍ତ୍ରର ରଚନା କରିଥିଲେ, ଯାହା ଜରିଆରେ ସେ ଦୁନିଆକୁ ମାର୍ଗ ଦର୍ଶନ କରିଥିଲେ।
ବର୍ତ୍ତମାନ ସମୟରେ ଚାଣକ୍ୟଙ୍କ ନୀତିର ବହୁ ପ୍ରାସଙ୍ଗିକତା ରହିଛି।
ଚାଣକ୍ୟ ତାଙ୍କ ନୀତିରେ ସଫଳତାର ବାଟ ବତାଇଛନ୍ତି। ଆସନ୍ତୁ ଜାଣିବା କଣ କହିଛନ୍ତି ଚାଣକ୍ୟ…
ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଜୀବନରେ ସଫଳତା ପାଇବାକୁ ହେଲେ ସର୍ବଦା ନିଜ କାମ ପ୍ରତି ସଚ୍ଚୋଟ ଓ ଅନୁଶାସିତ ହେବା ଦରକାର।
ଯଦି ଆପଣଙ୍କ ଜୀବନରେ ଅନୁଶାସନ ନାହିଁ ତେବେ କେବେ ବି ସଫଳତା ହାସଲ କରିପାରିବେ ନାହିଁ।
ଚାଣକ୍ୟଙ୍କ ଅନୁସାରେ, ବ୍ୟକ୍ତି ଯଦି ନିଜ ଜୀବନରେ ସଫଳତା ପାଇବାକୁ ଚାହାଁନ୍ତି ତେବେ ସର୍ବଦା ଭଲ ବ୍ୟବହାର ଦେଖାଇବା ଉଚିତ୍।
ଚାଣକ୍ୟ କୁହନ୍ତି ଯେଉଁ ଲୋକ କଥାରେ ଧନୀ ହୋଇଥାନ୍ତି, ସେ ସବୁ କାର୍ଯ୍ୟରେ ସଫଳତା ଲାଭ କରିଥାନ୍ତି। ତେଣୁ ମନୁଷ୍ୟକୁ ସର୍ବଦା ମିଠା କଥା କହିବା ଉଚିତ୍।
ଜୀବନରେ ସଫଳତା ପାଇବାକୁ ହେଲେ ପ୍ରତ୍ୟେକ କାର୍ଯ୍ୟରେ ରିସ୍କ ନେବାକୁ ପଡ଼େ।
ଚାଣକ୍ୟଙ୍କ ମତରେ ଯେଉଁ ବ୍ୟକ୍ତି ରିସ୍କ ନେବାକୁ ଡରେ ନାହିଁ, ସେ ଭବିଷ୍ୟତରେ ସଫଳତା ପାଇଥାଏ।
ଚାଣକ୍ୟଙ୍କ ଅନୁଯାୟୀ ବ୍ୟକ୍ତି କେବେ ବି ଏକାକୀ ସଫଳତା ପାଇ ପାରିବ ନାହିଁ।
ସବୁବେଳେ ଟିମ୍ ନେଇ କାମ କରିବାର ମନୋବୃତ୍ତି ରଖିବା ଦରକାର।
କାରଣ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିଲେ ହିଁ ସବୁ କାମ ସହଜରେ ସମ୍ପନ୍ନ ହୋଇଥାଏ।
ବ୍ୟକ୍ତିକୁ ନିଜ କ୍ଷମତା ସମ୍ପର୍କରେ ଠିକ୍ ଜ୍ଞାନ ରହିବା ଦରକାର।
ସର୍ବଦା ନିଜ ସାମର୍ଥ୍ୟ ଅନୁସାରେ ହିଁ କାମ କରିବା ଉଚିତ୍।
ନିଜ କ୍ଷମତା ବାହାରେ କାମ କଲେ ସର୍ବଦା କ୍ଷତି ଉଠାଇବାକୁ ପଡ଼ିଥାଏ।
ଏଣୁ ଆପଣ ଯେତିକି କାମ କରିପାରିବେ ସେତିକି ଦାୟିତ୍ୱ ହିଁ ନିଅନ୍ତୁ।
ସେତିକି କାମକୁ ନିଷ୍ଠାର ସହ କରନ୍ତୁ। ଦେଖିବେ ସହଜରେ ସଫଳତା ପାଇବେ।