କଟକ: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ନାଁରେ ଏତଲା ଦେଇଛନ୍ତି ପତ୍ନୀ। ତାଙ୍କ ବିରୋଧରେ ତାଙ୍କରି ପତ୍ନୀ ଅଭିଯୋଗ କରିଛନ୍ତି। କଟକରେ ରହୁଥିବା ହ୍ୟୁମାନ ସାଗରଙ୍କ ବିରୋଧରେ ପତ୍ନୀ ନିର୍ଯାତନା ଅଭିଯୋଗ କରି ଗତକାଲି ଡିସିପି ପିନାକ ମିଶ୍ରଙ୍କୁ ଭେଟିଛନ୍ତି।
ତେବେ ଏନେଇ ତଦନ୍ତ କରିବା ପାଇଁ ମହିଳା ଥାନାକୁ ଡିସିପି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ପାରିବାରିକ ଗଣ୍ଡଗୋଳ ଯୋଗୁଁ ହ୍ୟୁମାନଙ୍କ ପତ୍ନୀ ବାଲେଶ୍ୱର ସ୍ଥିତ ବାପଘରକୁ ଚାଲି ଯାଇଛନ୍ତି ଓ ଏବେ ଆସି ଥାନାର ଦ୍ୱାରସ୍ଥ ହୋଇଛନ୍ତି।
ଅନ୍ୟପଟେ ଏହି ଅଭିଯୋଗକୁ ନେଇ ଉଭୟ ହ୍ୟୁମାନ ସାଗର କିମ୍ବା ତାଙ୍କ ପତ୍ନୀଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।