20 କୋଟି ଠକେଇ କାରବାର : ବିଲଡର ଗିରଫ

ଟିସିଏସ୍ କମ୍ପାନିର ଜନୈକ କର୍ମଚାରୀ ରଞ୍ଜନ କୁମାର ମହାପାତ୍ରଙ୍କ ଅଭିଯୋଗକ୍ରମେ ଓଡେଶା ହୋମସ୍ ଆଣ୍ଡ କମର୍ସିଆଲସ୍ ପ୍ରାଇଭେଟ୍ ଲିମିଟେଡ କମ୍ପାନିର ଅନ୍ୟତମ ନିର୍ଦ୍ଦେଶକ ମନୋଜ କୁମାର ପଣ୍ଡାଙ୍କୁ ଓଡ଼ିଶା କ୍ରାଇମ ବ୍ରାଞ୍ଚର ଆର୍ଥିକ ଅପରାଧ ଶାଖ ପୋଲିସ ଗତକାଲି ଆନ୍ଧ୍ରପ୍ରଦେଶ କାକିନାଡ଼ା ଜିଲ୍ଲାର ଆନାଭରମ୍ ଥାନା ଅଞ୍ଚଳରୁ ଗିରଫ କରିଛି। ବିଲଡର ଶ୍ରୀ ପଣ୍ଡା, ଶ୍ରୀ ମହାପାତ୍ରଙ୍କୁ ଠକିବା ସହିତ ଆହୁରି ଅନେକ ଲୋକଙ୍କୁ ଫ୍ଲାଟ ଦେବାକୁ କହି ସେମାନଙ୍କଠାରୁ ପ୍ରାୟ 20କୋଟି ଟଙ୍କା ଲୁଟି ନେଇଥିବା ପୋଲିସ ପକ୍ଷରୁ କୁହଯାଇଛି। ସାଁପୁର ମୌଜା କଳିଙ୍ଗ ଷ୍ଟୁଡିଓ ପାଖରେ ଥିବା ଏସ୍ଓଏସ୍ ଭିଲେଜ ସାମ୍ନାରେ ଥିବା ଗଣପତି ହୋମସ ଆପାର୍ଟମେଣ୍ଟରେ ଘର ଦେବାକୁ କହି ପ୍ରୋକ୍ତ ରିଏଲ୍ଇଷ୍ଟେଟ କମ୍ପାନି ଏହି ବିପୁଳ ପରିମାଣ ରାଶି ଠକି ନେଇଥିବା ଅଭିଯୋଗ ହେବାପରେ, ପୁର୍ବରୁ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଅରବିନ୍ଦ ସାମନ୍ତରାଙ୍କୁ ଗିରଫ କରାଯାଇଥିଲା। ମାତ୍ର କମ୍ପାନିର ମୁଖ୍ୟ ଶ୍ରୀ ପଣ୍ଡା ଖସି ଫେରାର ହୋଇଯାଇଥିଲେ। ଆନାଭରମ୍ ମନ୍ଦିର ନିକଟରେ ଏକ ହୋଟେଲରେ ଲୁଚିଥିବା ଶ୍ରୀ ପଣ୍ଡାଙ୍କୁ ଓଡ଼ିଶା କ୍ରାଇମବ୍ରାଞ୍ଚ ପୋଲିସ ଆନ୍ଧ୍ର ପୋଲିସର ସହଯୋଗରେ ଧରିଛି। ଖାନତଲାସୀ ସମୟରେ ବହୁ ଆପତ୍ତି ଜନଳ ଦଲିଲ ଦସ୍ତାବିଜ୍ ପୋଲିସ ଜବତ କରିଛି ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।

Leave A Reply

Your email address will not be published.