ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରଚାର ଶନିବାର ସଂଧ୍ୟାରୁ ବନ୍ଦ ହୋଇଯାଇଛି, ହେଲେ ୩ ଦଳ ପକ୍ଷରୁ ଗାଁକୁ ଗାଁ ସାହିକୁ ସାହି ଭିତିରିଆ ପ୍ରଚାର ଜୋରସୋର ଆରମ୍ଭ ହୋଇଯାଇଛି । କାଲି ସକାଳୁ ୨୭୯ ବୁଥରେ ଭୋଟଗ୍ରହଣ ହେବ, ଏଗୁଡିକ ମଧ୍ୟରୁ ୩୦ଟି ବୁଥ ଅତ୍ୟନ୍ତ ଉତ୍ତେଜନା ପ୍ରବଣ – ଏଥିପାଇଁ ୯୭୦ ଜଣ ସୁରକ୍ଷା ଅଧିକାରୀ ଓ କର୍ମୀଙ୍କୁ ନିୟୋଜିତ କରାଯାଇଛି। ଏଠାରେ ମୋଟ ଭୋଟରଙ୍କ ସଂଖ୍ୟା ୨ଲକ୍ଷ ୧୪ ହଜାର ୮୭୮, ସେମାନଙ୍କ ମଧ୍ୟରେ ୧ଲକ୍ଷ ୧୦ ହଜାର ୫୦ ଜଣ ପୁରୁଷ ଓ ୧ଲକ୍ଷ ୪ ହଜାର ୮୧୧ ମହିଳା ଭୋଟର ଥିବା ବେଳେ ୧୭ ଜଣ ଅଣଲିଙ୍ଗୀ ବା ଟ୍ରାନ୍ସଜେଣ୍ଡର ମଧ୍ୟ ଅଛନ୍ତି।
ଆମେ ଦେଖିଲେ, ନିର୍ବାଚନ ପ୍ରଚାରରେ ବିଜେଡିର ୧୦ ମନ୍ତ୍ରୀ ୪୮ ବିଧାୟକ ଲାଗି ପଡିଥିଲେ, ବିଜେପି ମଧ୍ୟ କେନ୍ଦ୍ରମନ୍ତ୍ରୀ ସାଂସଦ ବିଧାୟକ ଓ ଛତିଶଗଡ଼ର ସିନେମା ଷ୍ଟାରଙ୍କୁ ପ୍ରଚାରରେ ନିୟୋଜିତ କରିଥିଲା । ମାତ୍ର କଂଗ୍ରେସରୁ କେବଳ ନିଜ ରାଜ୍ୟର ନେତା ଓ ବିଧାୟକମାନେ ଏକାଠି ହୋଇ ପ୍ରଚାର କରୁଥିଲେ ।