ଝାରସୁଗୁଡାରେ ଭୋଟଗ୍ରହଣ ଚାଲିଛି, ଦିନ ୧୧ ସୁଦ୍ଧା ୩୨℅ ଭୋଟଦାନ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୫୦% ମହିଳା ଭୋଟର ବୋଲି ଜଣା ପଡିଛି।
ଭୋଟ ଗ୍ରହଣ ସମୟରେ କାମ କରୁନଥିବା ୪ ଇଭିଏମ ଭିଭିପ୍ଯାଟକୁ ବଦଳାଇ ନୂଆ ଭିଭିପ୍ଯାଟରେ ଭୋଟଗ୍ରହଣ କରାଯାଇଛି।
ଅନ୍ୟଏକ ଦୁଃଖଦ ଘଟଣା ଘଟିଛି ଝାରସୁଗୁଡ଼ା ଭୋଟରେ । ଲୁଇସିଙ୍ଗ ପଞ୍ଚାୟତର ୧୬୯ ନମ୍ବର ବୁଥର ସେକେଣ୍ଡ ପୋଲିଂ ଅଫିସର ଦିଲ୍ଲୀପ କୁମାର ଖଡିଆଙ୍କର ଭୋଟ ଗ୍ରହଣ ପୂର୍ବରୁ ମୃତ୍ୟୁ ହୋଇଯାଇଛି। ସେ ଟଙ୍ଗାପାଲି ଗ୍ରାମର ଓ ସ୍ଥାନୀୟ ତଳପଟିଆ ସ୍କୁଲରେ ସହକାରୀ ଶିକ୍ଷକ ଥିଲେ, ମୃତ୍ୟୁର କାରଣ ଜଣା ପଡିନାହିଁ ।