ପଳାଶୁଣୀ ଜଗନ୍ନାଥ ବିହାରରେ ବୋମା ଆତଙ୍କ

ଗତକାଲି ରାତିରେ ପଳାଶୁଣୀ ଅଞ୍ଚଳର ଜଗନ୍ନାଥ ବିହାରରେ 2ଜଣ ଦୁର୍ବୁତ୍ତ ମୋଟର ସାଇକଲରେ ଆସି ଏକ ନିର୍ମାଣାଧିନ ଆପାର୍ଟମେଣ୍ଟ ଉପରକୁ ଲାଗ ଲାଗ 3ଟି ବୋମା ପକାଇବା ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ଆତଙ୍କ ଖେଳାଇଦେଇଛି । ସେଠାରେ ଦାୟିତ୍ୱରେ ଥିବା ସୁରକ୍ଷା କର୍ମୀ କହିଛନ୍ତି ଯେ ରାତି 11 ସମୟରେ ଦୁର୍ବୁତ୍ତମାନେ ଆପାର୍ଟମେଣ୍ଟ ଉପରକୁ ବୋମା ପକାଇଥିବା ସେମାନେ ଦେଖିଛନ୍ତି, ମାତ୍ର ବିସ୍ଫାରଣର ଭୟଙ୍କର ଶବ୍ଦରେ ଭୟଭୀତ ହୋଇ ଆପାର୍ଟମେଣ୍ଟର ଏକ କୋଠରୀ ଭିତରକୁ ପଶି ଲୁଚି ଯାଇଥିଲେ । ବ୍ୟବସାୟିକ ଶତୃତା କାରଣରୁ ଏପରି ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି । ପୋଲିସ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.