ପୁରୀ ସମୁଦ୍ରରେ ଗାଧୋଇବା ସମୟରେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ଗତକାଲି ପୁରୀ ସମୁଦ୍ରରେ ଗାଧୋଇବା ସମୟରେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି ।

ସେ ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲା ଭଦ୍ରେଶ୍ୱର ଥାନା ଅଙ୍ଗସ ଅଞ୍ଚଳର ବାସିନ୍ଦା ଚନ୍ଦନ ମଣ୍ଡଳଙ୍କ ୩୦ବର୍ଷୀୟ ପୁଅ ସମ୍ରାଟ ମଣ୍ଡଳ।

ବୋଲି ଜଣାପଡିଛି।ଗତ କାଲିଠାରୁ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଆଜି ତାଙ୍କର ମୃତଦେହକୁ ପେଣ୍ଠକଟା ନିକଟ ଗଭୀର

ସମୁଦ୍ରରୁ ଉଦ୍ଧାର କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୁରୀ ହସପିଟାଲକୁ ପଠାଯାଇଛି।

ସମ୍ରାଟ ନିଜ ପରିବାର ସହ ସମୁଦ୍ରକୁଳ ଥାନା ଚୈତନ୍ୟ ଛକ ନିକଟ ସମୁଦ୍ରରେ ଗାଧେଇବା ପାଇଁ ଆସିଥିଲେ।

କିନ୍ତୁ ପାଗ ଖରାପ ଓ ସମୁଦ୍ର ଅଶାନ୍ତ ଯୋଗୁ ଏଭଳି ଅଘଟଣ ଘଟିଯାଇଥିଲା

Leave A Reply

Your email address will not be published.