ବନ୍ଦ ରହିଲା ଉଠାଦୋକାନ ଉଚ୍ଛେଦ ଅଭିଯାନ

ଭୁବନେଶ୍ୱରରେ ଅତର୍କିତ ଭାବେ ଆରମ୍ଭ ହୋଇଥିବା ମହାନଗର ନିଗମର ‘ଉଠାଦୋକାନ ଉଚ୍ଛେଦ’ ଅଭିଯାନ ଉପରେ ରୋକ ଲାଗିଛି। ଦୋକାନ ଭାଙ୍ଗି ପିଣ୍ଡି ତାଡି ଗରିବ ଉଠାଦୋକାନୀଙ୍କ ଭିତରେ ଆତଙ୍କର ହାହାକାର ସୃଷ୍ଟି କରିଥିଲା ଏହି ଅଭିଯାନ। ଏହା ବିରୋଧରେ ପ୍ରବଳ ଆନ୍ଦୋଳନ ହେବାପରେ ଏହାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି।

ଜାନୁଆରୀ ମାସରେ ଅନୁଷ୍ଠିତ ହେବାକୁ ଥିବା ହକି ବିଶ୍ୱକପ ପାଇଁ ଭୁବନେଶ୍ୱରର ସୌନ୍ଦର୍ଯ୍ୟ ପାଇଁ ରାଜଧାନୀ ରାସ୍ତାକଡ଼ରୁ ବିନା ଥଇଥାନ ଓ କ୍ଷତିପୂରଣରେ ଉଠା ଦୋକାନୀମାନଙ୍କୁ ଉଚ୍ଛେଦ କରୁଥିଲା ମହାନଗର ନିଗମ। ଏହାକୁ ବିରୋଧ କରି ଆନ୍ଦୋଳନକାରୀମାନେ ଆଜି ନିଗମର ନର୍ଥ ଜୋନ ଅଫିସକୁ ଘେରାଉ କରିଥିଲେ ଓ ଅଫିସ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ। ପରେ ଘଟଣାର ଗମ୍ଭୀରତା ଉପଲବ୍ଧି କରି ଉଠାଦୋକାଦୀ ସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ ମହାନଗର ନିଗମର ନର୍ଥ ଜୋନ୍ ଆସିଷ୍ଟାଣ୍ଟ କମିଶନର, ଆଲୋଚନା ପରେ କାଲିଠାରୁ ଆଉ ଉଚ୍ଛେଦ ହେବନାହିଁ ବୋଲି ଆସିଷ୍ଟାଣ୍ଟ କମିଶନର ପ୍ରତିଶ୍ରୁତି ଦେଇଛନ୍ତି।

Leave A Reply

Your email address will not be published.