ବିଜେବି କଲେଜର ଜଣେ +୩ ପ୍ରଥମ ବର୍ଷ କଳା ଛାତ୍ରୀ, ହଷ୍ଟେଲରେ ୩ ବରିଷ୍ଠ ଛାତ୍ରୀଙ୍କ କ୍ରମାଗତ ଅସହନୀୟ ରାଗିଙ୍ଗ ସହି ନପାରି ହଷ୍ଟେଲ ଭିତରେ ନିଜ ଗଳାରେ ରସି ବାନ୍ଧି ଝୁଲି ପଡିଛନ୍ତି ।
ଆଠଗଡ ଅଞ୍ଚଳର ଏହି ଛାତ୍ରୀ ଜଣକ ଇତିହାସରେ ଆଡମିସନ ନେଇଥିଲେ ଓ ଲୋକସେବା ଚାକିରୀ ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ ।
ନିଜ ସୁଇସାଇଡ ନୋଟରେ ସେ ଲେଖିଛନ୍ତି ଯେ ଉପର ଶ୍ରେଣୀରେ ପଢୁଥିବା ୩ ଜଣ ଛାତ୍ରୀ ରାଗିଙ୍ଗ କରି ତାଙ୍କୁ ଅସହ୍ୟ ମାନସିକ ଯନ୍ତ୍ରଣା ଦେଉଥିଲେ, ସେମାନଙ୍କ ଡରରେ ଏକଥା ନିଜ ପରିବାର ଲୋକ ବା ସାଙ୍ଗସାଥୀଙ୍କୁ ଜଣାଇ ପାରୁନଥିଲେ ସେ, ତେଣୁ ବାଧ୍ୟହୋଇ ଆତ୍ମହତ୍ୟା କରିବାକୁ ସ୍ଥିରକଲେ ।
ଛାତ୍ରୀଙ୍କ ସୁଇସାଇଡ ନୋଟ ଆଧାରରେ ମାମଲା ରୁଜୁ କରି ତଦନ୍ତ କରୁଛି ।