ଆଜି ଆସୁଛନ୍ତି ଓଡିଶା, ବିଜେପିର ରାଷ୍ଟ୍ରିୟ ଅଧକ୍ଷ ଜେପି ନଡ୍ଡା ଜନତା ମଇଦାନରେ ବିଜେପି କରୁଛି ବଡ଼ ସମାବେଶ।ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏଥିରେ ଯୋଗଦେବେ।
ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ସେଠାରୁ ରୋଡ୍ ସୋ’ କରି ଜନତା ମଇଦାନରେ ପହଂଚିବେ । ଜନତା ମଇଦାନରେ ପହଞ୍ଚି ଅଧକ୍ଷ ନଡ୍ଡା ବିଶାଳ ସଭାକୁ ସମ୍ବୋଧିତ କରିବେ।
ଆୟୋଜିତ ହେବାକୁ ଥିବା ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମାବେଶରେ ସେ ଉଦବୋଧନ ଦେବେ।ଏହା ପରେ ବିଜେପି ରାଜ୍ୟ ମୁଖ୍ୟାଳୟରେ କୋର କମିଟି ବୈଠକ ବସିବ।
ଏହାପରେ ନଡ୍ଡାଙ୍କର ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି ।ସେଠାରେ ଅପେଖ୍ୟାରେ ଥିବା ଅଠରନଳା ଛକ ପାଖରେ ଦଳୀୟ କାର୍ଯ୍ୟକର୍ତ୍ତା ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବେ।
ପୁରୀରେ ଆଜି ରାତ୍ରିଯାପନ ପରେ ସକାଳୁ ଭଦ୍ରକ ଧାମନଗର ଯିବେ ସେଠାରେ ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପରିବାର ଲୋକଙ୍କୁ ଭେଟିବେ। ପରେ କଟକ ଓଲଟପୁର ନିରତାରରେ ଏକ
କାର୍ଯ୍ୟକ୍ରମ ରେ ଯୋଗଦେବେ ସେଠାରୁ ଭୁବନେଶ୍ୱର ଫେରି ଆସି ଜନତା ମଇଦାନରେ ଦଳର ୭ଟି ମୋର୍ଚ୍ଚା ପଦାଧିକାରୀଙ୍କୁ ସମ୍ବୋଧିତ କରିବେ ।