ମାଟ୍ରିକ ପାସକଲେ ବିଜେଡି ବିଧାୟକ

ଆଜି ପ୍ରକାଶ ପଇଛି ମାଟ୍ରିକ ପରୀକ୍ଷା ଫଳ, ଶାସକ ବିଜେଡିରା 58 ବର୍ଷ ବୟସ୍କ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଜଣାଯାଇଛି। 1978 ମସିହାରେ ସେ ମାଟ୍ରିକ ପରୀକ୍ଷା ଦେବା କଥା, ମାତ୍ର ବିଭିନ୍ନ ପାରିବାରିକ ସମସ୍ୟା ହେତୁ ପରୀକ୍ଷା ଦେଇ ପାରିନଥିଲେ ବୋଲି ଶ୍ରୀ କହଁର କହିଛନ୍ତି । 50 ରୁ 70 ବର୍ଷ ବୟସର ଲୋକେ ମାଟ୍ରିକ ପରୀକ୍ଷା ଦେଉଥିବା କଥା ଜାଣିବା ପରେ, ସେ ପରୀକ୍ଷା ଦେଇ ମାଟ୍ରିକ ପାସ କରିବା ପାଇଁ ସିଦ୍ଧାନ୍ତ ନେଇଥିଲେ।

Leave A Reply

Your email address will not be published.