ବ୍ରଜରାଜନଗର ଉପନିର୍ବାଚନ ବିଜୟ ହାସଲ ପାଇଁ ଶାସକ ବିଜେଡି ଦଳ ପାଣିପରି ଟଙ୍କା ଖର୍ଚ କରୁଛି , ଏହି ଦଳ ପାଖରେ ଅଛି କଳା ଟଙ୍କାର ପାହାଡ଼; ମାତ୍ର ଏଥର ଏସବୁ ପ୍ରଲୋଭନ କିଛି କାମ କରିବ ନାହିଁ ବୋଲି କହିଛନ୍ତି କଂଗ୍ରେସ କୃଷକ ସେଲ ସଭାପତି ଅମୀୟ ପଟ୍ଟନାୟକ ଲୋଇସିଂ ପଞ୍ଚାୟତର ଚାରଭାଟି ଗ୍ରାମରେ ଦଳ ପକ୍ଷରୁ ଆୟୋଜିତ ସଭା ଓ ଶୋଭାଯାତ୍ରାରେ ସ୍ଥାନୀୟ ଲୋକମାନଙ୍କର ଆଗ୍ରହ ଓ ଉତ୍ସାହ ପରିପ୍ରେକ୍ଷିରେ ସେ କହିଛନ୍ତି ଯେ ଝଡ଼ସୁଗୁଡା ଜିଲ୍ଲାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅବହେଳାର ଜବାବ ଏହି ଉପନିର୍ବାଚନରେ ଦେବେ ଲୋକମାନେ । ପଡୋଶୀ ଛତିଶଗଡ଼ରେ ଧାନର କୁଇଣ୍ଟାଲ ପିଛା ମୂଲ୍ୟ ୨୫ ହଜାର ହୋଇଥିବା ବେଳେ, ଏଠାରେ ଚାଷୀମାନେ ୧୨ଶହ ୧୩ଶହ ଟଙ୍କାରେ ଧାନର ଅଭାବୀ ବିକ୍ରି କରୁଛନ୍ତି, ଶିଳ୍ପ ଓ ଖଣି ସମୃଦ୍ଧ ହୋଇଥିବା ସତ୍ତ୍ଵେ ଜିଲ୍ଲାର ଯୁବକମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି – ଲୋକଙ୍କ ମନରେ ଥିବା ଅସନ୍ତୋଷର ପ୍ରତିଫଳନ ଏଥର ଏହି ଉପନିର୍ବାଚନରେ ହେବ ବୋଲି କହିଛନ୍ତି ପ୍ରଚାର ପାଇଁ ମୈଦାନକୁ ଓହ୍ଲାଇ ଥିବା କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ଯଜ୍ଞେଶ୍ଵର ବାବୁ ଓ ପ୍ରଦେଶ କଂଗ୍ରେସ ନବନିଯୁକ୍ତ ସଭାପତି ଶରତ ପଟ୍ଟନାୟକ । ଆଜି ବ୍ରଜରାଜନଗରରେ ବିଜେପି ପକ୍ଷରୁ ସୁରେଶ ପୂଜାରୀ, କନକ ବର୍ଦ୍ଧନ ସିଂହଦେଓ ଓ କୁସୁମ ଟେଟେ ପ୍ରମୁଖ ପ୍ରଚାର କରୁଛନ୍ତି ।