ପଦ୍ମପୁରରେ ବିଜେଡି ଦାୟିତ୍ୱ ସୁଶାନ୍ତ ସିଂହ କାନ୍ଧରେ

ଧାମନଗରରେ ବୁଦ୍ଧି ଶିଖିଲା ପରେ ପଦ୍ମପୁର ଉପନିର୍ବାଚନରୁ ବାହାର ନେତାଙ୍କୁ ଦୂରେଇ ରଖିଛି ବିଜୁ ଜନତା ଦଳ, ନିର୍ବାଚନ ଦାୟିତ୍ୱ ପୂର୍ବତନ ମନ୍ତ୍ରୀ ଓ ପଶ୍ଚିମ ଓଡିଶାର ଭରସାଯୋଗ୍ୟ ନେତା ସୁଶାନ୍ତ ସିଂହଙ୍କ ଉପରେ ନ୍ଯସ୍ତ କରିଛି ଦଳ। ପ୍ରଚାର କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ନିୟୋଜିତ କରାଯାଇଛି। ସେମାନଙ୍କ ସହିତ ୩ ଜଣ ମନ୍ତ୍ରୀଙ୍କୁ ୩ ଟି ବ୍ଲକ ଦାୟିତ୍ବରେ ରଖାଯାଇଛି, ସେମାନେ ହେଲେ ପଦ୍ମପୁର ବ୍ଲକ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ପାଇକମାଳ ବ୍ଲକ ପାଇଁ ସ୍ଵାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଓ ଝାରବନ୍ଧ ବ୍ଲକ ପାଇଁ ଯୋଜନାମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ। ବାହରର ନେତା ଓ ମନ୍ତ୍ରୀମାନଙ୍କୁ ସେଠାରେ ଭାଷଣବାଜି ବା ପ୍ରଚାର କରିବାକୁ ଛଡା ଯିବନାହିଁ ବୋଲି ଜଣାଯାଇଛି ।

Leave A Reply

Your email address will not be published.