କଟକରେ ବିଜୁ ଜନତା ଦଳର ବିଶାଳ ସମାବେଶ, ଯୋଗ ଦେଲେ ୧୦ ହଜାରରୁ ଊର୍ଦ୍ଧ୍ବ ନେତା ଓ କର୍ମୀ

କଟକ: ବାରବାଟୀ କଟକରେ ବିଜୁ ଜନତା ଦଳର ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି। ବିଜୁ ଜନତା ଦଳର ୨୬ ତମ ପ୍ରତିଷ୍ଠା ଦିବସ ଅବସରରେ ଆନନ୍ଦ ଭବନ ସମ୍ମୁଖରେ ଥିବା ଖ୍ରୀଷ୍ଟିୟାନ ପଡ଼ିଆରେ ୧୦ ହଜାରରୁ ଊର୍ଦ୍ଧ୍ବ କର୍ମୀ ଓ ଲୋକ ଆଜି ଏକତ୍ରିତ ହୋଇଛନ୍ତି।

ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାବେଶରେ କଟକ ଜିଲ୍ଲାର ସମସ୍ତ ବରିଷ୍ଠ ବିଜେଡି ନେତା ସାମିଲ ହୋଇଛନ୍ତି। ଏ ଅବସରରେ ଦଳକୁ ମଜଭୁତ କରି ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବାକୁ ବରିଷ୍ଠ ନେତା ମାନେ ଆହ୍ୱାନ ଦେଇଛନ୍ତି।

Leave A Reply

Your email address will not be published.