ରାଗିଙ୍ଗର ଶୀକାର ହୋଇ ମାନସିକ ନିର୍ଯାତନା ସହି ନପାରି ବିଜେବି କଲେଜ +୩ କଳାର ଜଣେ ପ୍ରଥମ ବର୍ଷ ଛାତ୍ରୀ ହଷ୍ଟେଲରେ ଆତ୍ମହତ୍ୟା କରିବା ପରେ ମଧ୍ୟ ବିଜେବି କଲେଜରେ ରାଗିଙ୍ଗ ଉପରେ ରୋକ୍ ଲଗାଯାଇ ପାରିନି । ପୁଣିଥରେ କଲେଜର ଜଣେ +୨ ବାଣିଜ୍ୟ ବିଭାଗର ଦ୍ଵିତୀୟ ବର୍ଷ ଛାତ୍ରଙ୍କୁ ସହପାଠୀମାନେ ମାଡମାରି ତାଙ୍କ ବାଇକ ଛଡାଇ ନେଇଥିବା ଅଭିଯୋଗ ହୋଇଛି, ଏନେଇ ବଡଗଡ ଥାନାରେ ଏତାଲା ଦାୟର ହୋଇ ସାରିଥିଲା ବେଳେ କଲେଜ କର୍ତ୍ତୃପକ୍ଷ ଏବାବଦରେ ମୁହଁ ଖୋଲୁ ନାହାନ୍ତି। ଅନୁରୂପ ଭାବେ ସ୍ଥାନୀୟ ବେସିକ ସାଇନ୍ସ କଲେଜରେ ମଧ୍ୟ ଜଣେ +୩ ଦ୍ଵିତୀୟ ବର୍ଷ ଛାତ୍ର ରାଗିଙ୍ଗର ଶୀକାର ହୋଇଛନ୍ତି। ମଦ ପିଇବାକୁ ଟଙ୍କା ନଦେବାରୁ ତାଙ୍କୁ ଉପର ଶ୍ରେଣୀର ଛାତ୍ରମାନେ ନିସ୍ତୁକ ମାଡ ମାରିଛନ୍ତି।