କାହା ଉପରେ ବିଷ୍ଣୁ ସେଠୀଙ୍କ ରାଗ ?

ବିଜେପିର ରାଜ୍ୟ ବିଧାୟକ ଦଳ ଉପନେତା ବିଷ୍ଣୁ ସେଠୀ ଅନାପ ସନାପ କଥା କହିବାରେ ତିଳେ ହେଁ କୁଣ୍ଠାବୋଧ କରନ୍ତି ନାହିଁ। ମାତ୍ର ସେ ତାଙ୍କର ବାକ୍ଯବାଣ ସବୁବେଳେ ବିଜେଡି ବା କଂଗ୍ରେସକୁ ଲକ୍ଷ୍ୟକରି ଛାଡନ୍ତି । ଆଜି ପ୍ରଥମଥର ଶ୍ରୀ ସେଠୀ ନିଜ ଦଳର ଗୋଇ ଖୋଳିଦେଇ କହିଛନ୍ତି ଯେ ତୃଣମୂଳ ସ୍ତରରେ ବିଜେପିର କିଛି ପକଡ଼ ନାହିଁ, ନିକଟରେ ଶେଷ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡିର ବିପୁଳ ବିଜୟକୁ ବାହାବା ଦେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସାରେ ଶତମୁଖ ହୋଇ ଉଠିଛନ୍ତି । ଆଗକୁ ବ୍ରଜରାଜନଗର ଉପନିର୍ବାଚନ ଥିବାବେଳେ ବିଷ୍ଣୁଙ୍କ ଏହି ଅବତାରରୁ ଜଣା ପଡୁଛି ଯେପରି ସେ ଦଳର ରାଜ୍ୟ ନେତୃତ୍ଵ ଉପରେ ରାଗି ଯାଇଛନ୍ତି ! ତାଙ୍କର ରାଗ କାହା ଉପରେ ସେକଥା ସେ କାହାକୁ ଜାଣିବାକୁ ଦେଇ ନାହାନ୍ତି, ମାତ୍ର ରାଜ୍ୟ ସଂଗଠନର ଅପାରଗତା ସମ୍ପର୍କରେ ତାଙ୍କର ଏହି ବକ୍ତବ୍ୟ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବକ୍ତବ୍ୟର ପ୍ରତିଧ୍ବନି ଭଳି ମନେ ହେଉଥିବାରୁ ବିଜେପି ଦଳୀୟ ମହଲରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି !

Leave A Reply

Your email address will not be published.