ଚିଲିକାରେ ଆରମ୍ଭ ହେଲା ପକ୍ଷୀ ଗଣନା

ଚିଲିକା : ଚିଲିକାରେ ଆଜିଠୁ ପକ୍ଷୀ ଗଣନା ଆରମ୍ଭ ହୋଇଛି।

ଚଳିତ ବର୍ଷ ଚିଲିକା ହ୍ରଦରେ କେତେ ପକ୍ଷୀ ଅଛନ୍ତି ତାର ଗଣନା ହେଉଛି।

ଏ ନେଇ ଆଜି ସକାଳ ୬ଟାରୁ ମଧ୍ୟାହ୍ନରେ ୧୨ଟା ଯାଏଁ ପକ୍ଷୀ ଗଣନା ହୋଇଛି।

ଏହି କାର୍ଯ୍ୟରେ ବାଲୁଗାଁ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ପକ୍ଷୀ ବିଶାରଦ, ତାଲିମ ପ୍ରାପ୍ତ ସ୍ୱେଚ୍ଛାସେବୀ, ଓୟୁଏଟି ଛାତ୍ରଛାତ୍ରୀ ସମେତ ପକ୍ଷୀ ସୁରକ୍ଷା ସମିତି ସଭ୍ୟ ସାମିଲ ହୋଇଛନ୍ତି।

ଗଣନା କାର୍ଯ୍ୟରେ ମୋଟ ୨୧ଟି ଟିମ ନିୟୋଜିତ ଅଛନ୍ତି। ପ୍ରତି ଟିମ୍‌ରେ ୭ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି।

୧୯ଟି ପକ୍ଷୀ ଗଣନାକାରୀ ଦଳ ଚିଲିକା ଜଳ ରାଶିରେ ଓ ୨ଟି ପକ୍ଷୀ ଗଣନାକାରୀ ସ୍ଥଳଭାଗରେ ନିୟୋଜିତ ଅଛନ୍ତି।

Leave A Reply

Your email address will not be published.