ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 107ତମ ଜୟନ୍ତୀରେ ଗତକାଲି ମାର୍ଚ୍ଚ 5 ତାରିଖରେ ଭୁବନେଶ୍ୱର ବିମାନବନ୍ଦରରେ ଲୋକାର୍ପିତ ହୋଇଛି ତାଙ୍କ ପ୍ରସିଦ୍ଧ ଡାକୋଟା ଡିସି-3 ବିମାନ l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଅନାବରଣ କରି ଜାତି ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି l ବିଜୁବାବୁଙ୍କ ବହୁ ଦୁଃସାହସିକ ଅଭିଯାନରେ ବ୍ୟବହୃତ ହୋଇଥିବା ଏହି ବିମାନଟି କଲିକତାର ନେତାଜୀ ଶୁବାଷଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ଭଗ୍ନ ଓ ଅବହେଳିତ ଅବସ୍ଥାରେ ପଡିରହିଥିଲା, ଗତ ଜାନୁଆରି ମାସରେ ଏହାକୁ ମରାମତି କରି ଭୁବନେଶ୍ୱର ଅଣାଯାଇଥିଲା l ଉଲ୍ଲେଖେନୀୟ ଯେ ଏହି ବିମାନରେ ବିଜୁ ବାବୁ ଇଣ୍ଡୋନେସିଆର ଉପରାଷ୍ଟ୍ରପତି ମହମଦ ହଟ୍ଟା ଓ ପ୍ରଧାନମନ୍ତ୍ରୀ ସୁଲତାନ ସାହାରିରଙ୍କୁ ଉଦ୍ଧାର କରି ଭାରତ ଆଣିଥିଲେ l ବିମାନଟିକୁ ଲୋକାର୍ପିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଏହା ବିଜୁବାବୁଙ୍କ ନିସ୍ଵାର୍ଥପର ସାହାସୀକ ବ୍ୟକ୍ତିତ୍ୱର ସ୍ମାରକୀ ଓ ଏହା ଆମର ଉତ୍ତର ପିଢ଼ିକୁ ଉଦ୍ବୁଦ୍ଧ କରିବ l