ବିଜୁବାବୁଙ୍କ ଐତିହାସିକ ଡାକୋଟା ବିମାନ ଆଜି ଭୋରରୁ ଜଳେଶ୍ୱର ଲକ୍ଷ୍ମଣନାଥ ଟୋଲ ଗେଟ ଦେଇ ଓଡ଼ିଶା ସୀମାରେ ପ୍ରବେଶ କରିଛି। ଗତକାଲି କୋଲକାତାରୁ ୩ଟି ଟ୍ରଲରରେ ଲଦା ହୋଇ ଆସିଛି ଏହି ବିମାନ। କଲିକତା ସୁଭାସ ବୋଷ ଆନ୍ତର୍ଜାତିକ ବିମାନ ବନ୍ଦରରେ ଥିବା ଏହି ବିମାନର ବିଭିନ୍ନ ଅଂଶକୁ ଖୋଲା ଯାଇ ଓଡିଶା ଅଣାଯାଇଛି । ଏକ ୧୦ ଜଣିଆ ବିଶେଷଜ୍ଞ ଟିମ ୧୨ ଦିନ ଧରି ଖୋଲିବା କାମରେ ନିୟୋଜିତ ହୋଇଥିଲେ । ଆସନ୍ତା ବୁଧବାର ଏହା ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ ଦେଇ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବ। ବିଜୁ ପଟ୍ଟନାୟକଙ୍କ ଜୀବନ ଓ ସ୍ମୃତି ସହ ଜଡିତ ଡାକୋଟା ବିମାନକୁ ଓଡିଶା ଫେରାଇ ଆଣିବାକୁ ଦୀର୍ଘ ବର୍ଷ ହେଲା ଦାବି ହୋଇ ଆସୁଥିଲା ।