ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ବିଜୟ ନାୟକଙ୍କୁ ରାଷ୍ଟ୍ରପତିଙ୍କ ଅତିରିକ୍ତ ପ୍ରେସ ସଚିବ ଭାବେ ନିଯୁକ୍ତି ମିଳିଛି । 2000ରୁ 2002 ମଧ୍ୟରେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓଡ଼ିଶାରେ ବାଣିଜ୍ୟ ଓ ପରିବହନ ଏବଂ ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ଥିବା ବେଳେ ଶ୍ରୀ ନାୟକ ତାଙ୍କର ବ୍ୟକ୍ତିଗତ ସଚିବ ଥିଲେ । ଝାଡ଼ଖଣ୍ଡ ରାଜ୍ୟପାଳ ହେବା ପରେ ଶ୍ରୀମତୀ ମୁର୍ମୁ ତାଙ୍କ ନିଜ କାର୍ଯ୍ୟାଳୟକୁ ଡେପୁଟେସନରେ ପଠାଇବା ପାଇଁ ଓଡିଶା ସରକାରଙ୍କୁ ଅନୁରୋଧ କରିଥିଲେ, ମାତ୍ର ସେତେବେଳେ ଶ୍ରୀ ନାୟକଙ୍କୁ ଛଡା ଯାଇନଥିଲା । ଅବସର ଗ୍ରହଣ କରିବା ପରେ ତାଙ୍କୁ ସାକ୍ଷୀଗୋପାଳରେ ପ୍ରତିଷ୍ଠିତ ହେବାକୁ ଥିବା ଓଡିଶା ବିଶ୍ଵ ବିଦ୍ୟାଳୟର ସ୍ୱତନ୍ତ୍ର ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଥିଲା। ଶ୍ରୀ ନାୟକ ସାହିତ୍ୟରେ ରୁଚି ରଖନ୍ତି, 20 ବର୍ଷ ଧରି ସେ କାହାଣୀ ନାମକ ଏକ ପତ୍ରିକା ସମ୍ପାଦନା କରୁଛନ୍ତି । ଛାତ୍ରାବସ୍ଥାରେ ସେ ଭଦ୍ରକ କଲେଜ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘର ସଭପତି ଥିଲେ ।