ଲିଜ୍ ଦିଆଯିବ ଭୁବନେଶ୍ୱର ବିମାନ ବନ୍ଦର

ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରକୁ ଲିଜରେ ଦିଆଯିବ।

୨୦୨୨ରୁ ୨୦୨୫ ମଧ୍ୟରେ ଧନଶାଳୀ କମ୍ପାନିଗୁଡିକୁ ଭୁବନେଶ୍ୱର ସମେତ ବାରଣାସୀ, ଅମୃତସର, ତ୍ରିଚି, ଇନ୍ଦୋର, ରାୟପୁର, କାଲିକଟ,କୋଏମ୍ବାଟୁର, ନାଗପୁର, ପାଟଣା, ମଦୁରାଇ, ସୁରଟ, ରାଞ୍ଚି, ଯୋଧପୁର, ଚେନ୍ନାଇ, ବିଜୟବାଡା, ଭଦୋଦରା, ଭୋପାଳ,ତିରୁପତି, ହୁବୁଳି, ଇମଫାଲ, ଅଗରତାଲା, ଉଦୟପୁର, ଡେରାଡୁନ ଓ ରାଜମହେନ୍ଦ୍ରିରେ ଥିବା ଦେଶର ୨୫ଟି ବିମାନ ବନ୍ଦରକୁ ଲିଜରେ ଦିଆଯିବ ବୋଲି ସଂସଦରେ କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ବି କେ ସିଂହ।

ରାଷ୍ଟ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଏଆରପୋର୍ଟସ ଅଥରିଟି ଅଫ ଇଣ୍ଡିଆ ଦ୍ଵାରା ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦର, ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତିକ ବିମାନ ବନ୍ଦର, ଲକ୍ଷ୍ନୌର ଚୌଧୁରୀ ଚରଣ ସିଂହ ଆନ୍ତର୍ଜାତିକ ବିମାନ ବନ୍ଦର, ଅହମଦାବାଦର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଆନ୍ତର୍ଜାତିକ ବିମାନ ବନ୍ଦର, ମାଙ୍ଗାଲୁର ଆନ୍ତର୍ଜାତିକ ବିମାନ ବନ୍ଦର, ଜୟପୁର ଆନ୍ତର୍ଜାତିକ ବିମାନ ବନ୍ଦର, ଗୌହାଟିର ଲୋକପ୍ରିୟ ବର୍ଦ୍ଦୋଳଇ ଆନ୍ତର୍ଜାତିକ ବିମାନ ବନ୍ଦର ଓ ତିରୁବନ୍ତପୁରମ ଆନ୍ତର୍ଜାତିକ ବିମାନ ବନ୍ଦରକୁ ଦୀର୍ଘକାଳୀନ ଲିଜରେ କମ୍ପାନିଗୁଡିକୁ ପ୍ରଦାନ କରାଯାଇଛି।

Leave A Reply

Your email address will not be published.