ରେଳବାଇ ସୂତ୍ରରୁ ପ୍ରାପ୍ତ ସୂଚନାରୁ ଜଣାଯାଇଛି ଯେ ଆସନ୍ତା ମଇ ମାସରେ ପୁରୀରୁ ହାଓ୍ଵାଡା ଦ୍ରୁତଗାମୀ ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ। ପୁରୀରୁ ହାଓ୍ଵାଡା ମଧ୍ୟରେ କେବଳ ଭୁବନେଶ୍ୱର, କଟକ ଓ ଖଡ଼ଗପୁର ଷ୍ଟେସନରେ ଏହି ଏକ୍ସପ୍ରେସ ଟ୍ରେନ ଅଳ୍ପ ସମୟ ପାଇଁ ରହିବ, ଘଣ୍ଟାକୁ ହାରାହାରି ୧୩୦ କିଲୋମିଟର ବେଗରେ ଗତିକରି ଏହା ୫ ଘଣ୍ଟା ୩୦ ମିନିଟରେ ଲକ୍ଷସ୍ଥଳରେ ପହଞ୍ଚିବ। ସପ୍ତାହକୁ ୩ ଦିନ – ସୋମବାର ଶୁକ୍ରବାର ଓ ଶନିବାର ଦିନ ଏହି ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବ।