କାଲି ରାତିଅଧରୁ ଖାଲିବାଲ୍ଟି ଧରି ବାଣୀବିହାର ଛାତ୍ରୀଙ୍କ ଆନ୍ଦୋଳନ

ବାଣୀବିହାରର ୬ ଏବଂ ୭ ନମ୍ବର ଛାତ୍ରୀନିବାସରେ ପାଣି ଆସୁନାହିଁ, ପିଇବାକୁ ପାଣି ନାହିଁ, ଶୌଚ ହେବାପାଇଁ ମଧ୍ୟ ପାଣିର ଅଭାବ ଛାତ୍ରୀମାନଙ୍କୁ ବ୍ୟତିବ୍ୟସ୍ତ କରିଦେଇଛି ।

ବାଣୀବିହାର ଛାତ୍ରୀମାନଙ୍କର ଅନ୍ୟ ବହୁ ସମସ୍ୟା ମଧ୍ୟ ରହିଛି।

ଏସଂପର୍କରେ ବାରମ୍ବାର କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ମଧ୍ୟ ସମସ୍ୟା ସମାଧାନ ପାଇଁ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇନଥିବାରୁ କାଲି ମଧ୍ୟରାତ୍ରିରୁ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ଏକ ଅଭିନବ ଆନ୍ଦୋଳନକୁ ଓହ୍ଲାଇଛନ୍ତି, ହାତରେ ଖାଲିବଲ୍ଟି ଧରି ବାଣୀବିହାର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି ।

ସମସ୍ୟାର ସମାଧାନର ସମାଧାନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ଛାତ୍ରୀମାନେ କହିଛନ୍ତି।

Leave A Reply

Your email address will not be published.