ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା ପଂଚାୟତ ଅଧିନସ୍ଥ ପଦେଇଗୁଡ଼ା ଗାଁର କର୍ମା ମୁଦୁଲି +2 ବାଣିଜ୍ୟ ପରୀକ୍ଷାରେ ସମଗ୍ର ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି, ଏହାକୁ ନେଇ ଜିଲ୍ଲାରେ ଖୁସି ଓ ଆନନ୍ଦର ମାହୋଲ ଖେଳିଯାଇଛି । କର୍ମା ସରକାରଙ୍କ ଦ୍ୱାରା ପରିଚାଳିତ ଗୋବିନ୍ଦପାଲ୍ଲୀ ଉଚ୍ଚ ମାଧ୍ୟମିକ ସ୍କୁଲ୍ର ଛାତ୍ରୀ । ତାଙ୍କର ଏହି କୃତିତ୍ୱ ବଣ୍ଡା ସଂପ୍ରଦାୟରେ ଶିକ୍ଷାର ବିକାଶ ଦିଗରେ ଆଶା ସଂଚାର କରିଛି ବୋଲି କୁହାଯାଉଛି । ଆଗାମୀ ସ୍ୱାଧୀନତା ଦିବସ ଉତ୍ସବରେ ଜିଲ୍ଲାପାଳ ଵିଶାଲ ସିଂ କର୍ମାଙ୍କୁ 10 ହଜାର ଟଙ୍କା ଓ ମାନପତ୍ର ପ୍ରଦାନ କରିବେ ବୋଲି ଘୋଷଣା କରାଯାଇଛି ।