ବଡ଼ଚଣାର ବିଜେଡି ନେତା ଗିରଫ

ଯାଜପୁର ବଡ଼ଚଣାର ବିଜେଡି ନେତା  ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ଗିରଫ ହୋଇଛନ୍ତି । ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କୁ ବନ୍ଧୁକ ଦେଖାଇ ମାଡ଼ ମାରିବା ଓ ଅପହରଣ ଉଦ୍ୟମ ଘଟଣାରେ ଅନନ୍ତଙ୍କୁ ବାଲିଚନ୍ଦ୍ରପୁର ପୋଲିସ ଗିରଫ କରିଛି ।

ଏକ ଜାଲ ପ୍ରମାଣପତ୍ର ପ୍ରସ୍ତୁତ କରି ଦେବାକୁ ଆରଆଇଙ୍କୁ ବାଧ୍ୟ କରୁଥିଲେ ଅନନ୍ତ । ଏଥିରେ ଅରାଜି ହେବାରୁ ଆରଆଇଙ୍କୁ ମାଡ଼ ମାରିବା ସହ ବନ୍ଧୁକ ଦେଖାଇ ତାଙ୍କୁ ଅପହରଣ ଉଦ୍ୟମ କରିଥିଲେ ସେ ।

ଘଟଣା ସମ୍ପର୍କରେ ଥାନାରେ ଏତଲା ଦିଆଯିବା ପରେ ପୋଲିସ ତାଙ୍କୁ ଗିରଫ କରିଛି । ପୂର୍ବରୁ ମଧ୍ୟ ୨ଟି ପୋଲିସ ଗାଡ଼ି ପୋଡ଼ି ଘଟଣାରେ ସେ ଗିରଫ ହୋଇଥିଲେ ।

Leave A Reply

Your email address will not be published.