କାର୍ତ୍ତିକ ମାସରେ ପୁରୀରେ ହବିଷ ପାଳନ କରିବାକୁ ଆସୁଥିବା ବୃଦ୍ଧାମାନଙ୍କ ପାଇଁ ସରକାର ସବୁ ପ୍ରକାର ସୁବିଧା କରୁଛନ୍ତି ବୋଲି ପ୍ରଚାର ହେଉଥିବା ବେଳେ, ପବିତ୍ର ପଂଚୁକରେ ଶ୍ରୀମନ୍ଦିର ଜଗମୋହନ ଭିତରେ ହବିଷ୍ୟାଳୀଙ୍କୁ ମାଡ ମାରିଛି ପୋଲିସ । ପୋଲିସ ମାଡରେ ବ୍ରହ୍ମପୁର ଅଞ୍ଚଳର ମାଧୁରୀ ଦାସ ନାମ୍ନୀ ହବିଷ୍ୟାଳୀଙ୍କ ମୁଣ୍ଡ ଫାଟିଛି, ତାଙ୍କୁ ଗୁରୁତର ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।