ନିଜ ରହିବା ବ୍ୟବସ୍ଥା ନିଜେ କରିବା ପାଇଁ ବର୍ଷା ପ୍ରିୟଦର୍ଶିନୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଆଜି 30 ହଜାର ଟଙ୍କା ଜମା କରିଛନ୍ତି କେନ୍ଦ୍ରାପଡା ସାଂସଦ ଅଭିନେତା ଅନୁଭବ। ଗତକାଲି କଟକ ସବଡ଼ିଭିଜନାଲ ଅଦାଲତ ଅନୁଭବଙ୍କ ପୈତୃକ ଘର ଛାଡିବା ପାଇଁ ବର୍ଷାଙ୍କୁ ଆଦେଶ ଦେଇଥିଲେ, ଉକ୍ତ ଆଦେଶରେ ବର୍ଷାଙ୍କ ଚଳାଚଳ ପାଇଁ ମାସିକ 30 ହଜାର ଟଙ୍କା ଦେବାକୁ ଅନୁଭବଙ୍କୁ ନିର୍ଦେଶ ଦେଇଥିଲେ । ସେମାନଙ୍କର ବିବାହ ବିଛେଦ ମାମଲା ହାଇକୋର୍ଟରେ ବିଚାରାଧୀନ ଥିବାବେଳେ ବର୍ଷା ଅନୁଭବଙ୍କ ନନ୍ଦିସାହି ସ୍ଥିତ ପୈତୃକ ଘରେ ରହୁଥିବାରୁ ଅଭିନେତାଙ୍କ ପିତାମାତା ଅନ୍ୟତ୍ର ରହୁଥିବା ବିଷୟ ବିଚାର କରି ଅଦାଲତ ଗତକାଲି ଏପରି ଆଦେଶ ଦେଇଥିଲେ ।