ପୁଣି ଜୀବନ ହାରିଲେ ଆଉ ଜଣେ ଅଭିନେତ୍ରୀ, ଲୀନା ନାଗବଂଶୀଙ୍କ ମୃତଦେହ ଉଦ୍ଧାର

ବର୍ଷ ସରି ସରି ଆସୁଥିବା ବେଳେ ସିନେ ଜଗତରୁ ଗୋଟିଏ ପରେ ଗୋଟେ ଦୁଃଖଦ ଖବର ସାମ୍ନାକୁ ଆସୁଛି।

ଅଭିନେତ୍ରୀ ତୁନିଷା ଶର୍ମାଙ୍କ ପରେ ଏବେ ଆଉ ଜଣେ ଅଭିନେତ୍ରୀ ଜୀବନ ହାରିଛନ୍ତି।

ଲୋକପ୍ରିୟ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଲୀନା ନାଗବଂଶୀ ଆତ୍ମହତ୍ୟା କରିଥିବା ଖବର ଏବେ ସିନେ ଜଗତକୁ ଦୋହଲାଇ ଦେଇଛି।

ମୃତ୍ୟୁ ବେଳକୁ ଲୀନାଙ୍କୁ ମାତ୍ର ୨୨ ବର୍ଷ ହୋଇଥିବା ଜଣାଯାଇଛି।

ଲୀନା ଜଣେ ଜଣାଶୁଣା ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର ଏବଂ ୟୁଟ୍ୟୁବ ଚ୍ୟାନେଲର ମାଲିକାଣୀ ଥିଲେ।

ଛତିଶଗଡରେ ସେ ଅଧିକ ଲୋକପ୍ରିୟ ରହିଥିଲେ।

ସୂଚନା ମୁତାବକ, ଡିସେମ୍ବର ୨୬ ତାରିଖ ଦିନ ଲୀନାଙ୍କ ମା’ ମାର୍କେଟ ଯାଇଥିଲେ ଏବଂ ଲୀନା ଏକୁଟିଆ ଘରେ ରହିଥିଲେ।

ମା’ ମାର୍କେଟରୁ ଫେରିବା ବେଳକୁ ଲୀନା ତାଙ୍କ ରୁମରେ ନଥିଲେ।

ତେଣୁ ସେ ଘରର ଚାରିଆଡେ ଖୋଜି ଖୋଜି ଛାତକୁ ଯାଇଥିଲେ, ହେଲେ ଛାତର କବାଟ ବନ୍ଦ ଥିବାରୁ ତାଙ୍କ ସନ୍ଦେହ ବଢିଥିଲା।

ଏହାପରେ ମା’ ଜୋରରେ କବାଟ ଟାଣି ଖୋଲି ଦେଖିବା ବେଳକୁ ଝିଅର ମୃତଦେହ ଛାତରେ ପଡ଼ିଥିଲା।

ଏହାପରେ ସେ ପୋଲିସକୁ ଖବର ଦେଇଥିଲେ।

ତେବେ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ପୋଲିସ ଏହାକୁ ଆତ୍ମହତ୍ୟା ବୋଲି ଅନୁମାନ କରି ତଦନ୍ତ କରୁଛି।

Leave A Reply

Your email address will not be published.