ପୁଣି ନବୀନ ନମ୍ବର ଓ୍ଵାନ୍ : ଇଣ୍ଡିଆ ଟୁଡେ

ସମ୍ବାଦ ପତ୍ରିକା ଇଣ୍ଡିଆ ଟୁଡେର ‘ମୁଡ୍ ଅଫ୍ ନେସନ’ ସର୍ବେକ୍ଷଣରେ ନବୀନ ପଟ୍ଟନାୟକ ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ସାବ୍ୟସ୍ତ ହୋଇଛନ୍ତି, ଓଡ଼ିଶାର ଶତକଡା ୭୮ ଭାଗ ଲୋକ ତାଙ୍କ ନେତୃତ୍ୱକୁ ଶ୍ରେଷ୍ଠ ବିବେଚନା କରୁଥିବା କଥା ପତ୍ରିକା ପକ୍ଷରୁ ଦର୍ଶାଯାଇଛି ।

ଶ୍ରୀ ପଟ୍ଟନାୟକଙ୍କ ତଳକୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ଦ୍ଵିତୀୟ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ ତୃତୀୟ ସ୍ଥାନରେ ଅଛନ୍ତି।

ନିଜ ନିଜ ପ୍ରଦେଶରେ ଦୁହିଁଙ୍କର ଲୋକପ୍ରିୟତା ଯଥାକ୍ରମେ ଶତକଡା ୬୩ ଓ ଶତକଡା ୬୧ ବୋଲି ଇଣ୍ଡିଆ ଟୁଡେ ପକ୍ଷରୁ କୁହାଯାଇଛି ।

ସେହିପରି ବର୍ତ୍ତମାନ ଯଦି ଲୋକସଭା ନିର୍ବାଚନ ହୁଏ, ତେବେ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵାଧୀନ ଏନଡିଏ ୨୮୬ ଆସନରେ ବିଜୟ ଲାଭ କରିବ ଓ ଅନ୍ଯମାନେ ୨୫୭ ଆସନରେ ବିଜୟୀ ହେବ ବୋଲି ଏହି ସର୍ବେକ୍ଷଣରେ ଦର୍ଶାଯାଇଛି।

Leave A Reply

Your email address will not be published.