ଯୋଗାଣ ମନ୍ତ୍ରୀଙ୍କ ବାସଭବନ ଭିତରକୁ ଧସେଇ ପଶିବାକୁ ଉଦ୍ଯମ : ଉଠାଇନେଲା ପୋଲିସ

ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀଙ୍କ ବାସଭବନ ଆଗରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଚାଷ ବଞ୍ଚାଓ, ଚାଷୀ ବଞ୍ଚାଓ ନାରା ଦେଇ ମନ୍ତ୍ରୀଙ୍କ ବାସଭବନ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି ସଂଗଠନର ପ୍ରତିବାଦକାରୀ ସଦସ୍ୟମାନେ। ମଣ୍ଡି ସମସ୍ୟା, ଧାନ କିଣାରେ ଅନିୟମିତତା ଓ କଟନୀ ଛଟନୀକୁ ବିରୋଧ କରି ଏହି ପ୍ରତିବାଦ କରାଯାଉଛି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି । ମନ୍ତ୍ରୀ ସେମାନଙ୍କ ସହ ଆଲୋଚନା କରନ୍ତୁ ଓ ସେମାନଙ୍କୁ ସେମାନଙ୍କର ହକ ମିଳୁ ବୋଲି ପ୍ରତବାଦକାରୀ କୃଷକମାନେ ଦାବି କରିଥିବା ବେଳେ ମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣାରେ ବସିଥିବା ସଂଗଠନର ସଦସ୍ୟମାନଙ୍କୁ ଉଠାଇ ନେଇଛି ପୋଲିସ।

Leave A Reply

Your email address will not be published.