ବଲିଉଡର ସୁପର ଷ୍ଟାର ବିଗ୍ ବି ଅମିତାଭ ବଚ୍ଚନ ପୁଣିଥରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି, ଏକଥା ସେ ଟୁଇଟ୍ କରି ଜଣାଇଛନ୍ତି ଓ ତଙ୍କସହ ମିଶିଥିବା ସମସ୍ତେ ନିଜନିଜର କୋଭିଡ ଟେଷ୍ଟ କରାଇ ନେବକୁ କହିଛନ୍ତି।
ପୂର୍ବରୁ ଦୁଇବର୍ଷ ତଳେ ୨୦୨୦ ଜୁଲାଇରେ ଅମିତାଭ କରୋନାରେ ସଂକ୍ରମିତ ହୋଇଥିଲେ ।
ସେତେବେଳେ ସେ ପ୍ରାୟ ୩ ସପ୍ତାହ ଧରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେବେ ତାଙ୍କ ପୁଅ ଅଭିନେତା ଅଭିଷେକ, ବୋହୂ ଐଶ୍ୱର୍ଯ୍ୟା ଓ ନାତୁଣୀ ଆରାଧ୍ୟା ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ ।
ବର୍ତ୍ତମାନ ଅମିତାଭ ବଚ୍ଚନ କୌନ ବନେଗା କରୋଡପତି ରିଅଲିଟି ଶୋରେ ହୋଷ୍ଟିଂ କରୁଛନ୍ତି।